ଦିଲ୍ଲୀ ନିର୍ବାଚନ: ସକାଳ ୧୧ଟା ସୁଦ୍ଧା ୧୩.୯୨% ମତଦାନ

ଭୋଟ ଦେଲେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଯାହା ୬ଟାରେ ମତଦାନ ଶେଷ ହେବ । ସକାଳ ୧୧ଟା ସୁଦ୍ଧା ୧୩.୯୨ ପ୍ରତିଶତ ମତଦାନ ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ତାଙ୍କ ପତ୍ନୀ ସବିତା କୋବିନ୍ଦ ମଧ୍ୟ ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥିତ ବୁଥରେ ମତଦାନ କରିଛନ୍ତି।

ସେହିପରି ନୂଆଦିଲ୍ଲୀ ବିଧାନସଭା ପୋଲିଂ ବୁଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସପରିବାର ମତଦାନ କରିବାକୁ ପହଁଚିଥିଲେ। ଏହି ସମୟରେ ତାଙ୍କ ସହ ପତ୍ନୀ ସୁନୀତା କେଜରିୱାଲ, ପୁଅ ପୁଲକିତ ଏବଂ ମାତା-ପିତା ଉପସ୍ଥିତ ଥିଲେ। ଏତଦ୍ ବ୍ୟତୀତ ରାହୁଲ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଭୋଟ ଦେଇଛନ୍ତି। ବଲିଉଡ଼ କଳାକାର ମଧ୍ୟ ଏହି ପର୍ବରେ ସାମିଲ ହୋଇଛନ୍ତି। ଅଭିନେତ୍ରୀ ତାପସୀ ପନ୍ନୁ, ମନୀଷ ସିଶୋଦିଆ, ପୂର୍ବତନ ଉପରାଷ୍ଟ୍ରପତି ହାମିଦ ଅଂସାରୀ ଭୋଟ ଦେଇଛନ୍ତି।