ଦିଲ୍ଲୀ ନିର୍ବାଚନ: ଆପ୍ ଜାରି କଲା ଇସ୍ତାହାର ପତ୍ର

୨୪ ଘଂଟିଆ ଖୋଲା ରହିବ ବଜାର, ସ୍କୁଲରେ ଦେଶଭକ୍ତି କୋର୍ସ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍‌ ଆଦମୀ ପାର୍ଟି (ଆପ୍) ମଙ୍ଗଳବାର ଏହାର ଇସ୍ତାହାର ପ୍ରକାଶ କରିଛି। ଇସ୍ତାହାରରେ ଆପ୍ ଘୋଷଣା କରିଛି ଯେ ଦଳ ପୁନର୍ବାର କ୍ଷମତାକୁ ଆସିଲେ ଏଥିରେ ପୂର୍ବଭଳି ୨୦ ହଜାର ଲିଟର ପାଣି ମାଗଣା ସହ ୨ଶହ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଦେବାକୁ ଘୋଷଣା କରିଛି। ଏହାସହ ଏହି ସମସ୍ତ ୨୪ ଘଂଟିଆ ବଜାର ଖୋଲାଯିବା ସହ ସ୍କୁଲରେ ଦେଶଭକ୍ତି କୋର୍ସ ସାମିଲ କରାଯିବ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଶ ସିସୋଦିଆଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ନିଜ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି ।

ଆପ୍ ର ନିର୍ବାଚନୀ ଇସ୍ତାହାର

  • ଦିଲ୍ଲୀରେ ଜନଲୋକପାଳ ବିଲ
  • ଦିଲ୍ଲୀ ସ୍ବରାଜ ବିଲ
  • ଗରିବଙ୍କ ପାଇଁ ଘରେ ସିଧା ରାସନ କାର୍ଡ
  • ବିଶ୍ବସ୍ତରୀୟ ସଡକ
  • ୧୦ ଲକ୍ଷ ବରିଷ୍ଠ ନାଗରିକଙ୍କୁ ତୀର୍ଥ ଯାତ୍ରା ଯୋଜନା
  • ବିଦ୍ୟାଳୟରେ ଦେଶଭକ୍ତି ପାଠ୍ୟକ୍ରମ
  • ଯୁବକ ମାନଙ୍କ ପାଇଁ ସ୍ପୋକନ ଇଂଲିଶ କୋର୍ସକୁ ପ୍ରୋତ୍ସାହନ
  • ଦିଲ୍ଲୀ ମେଟ୍ରୋକୁ ୫୦୦ କିଲୋମିଟରରୁ ଆଗକୁ ବର୍ଦ୍ଧିତ କରାଯିବ
  • ଯମୁନା ରିଭର ସାଇଡର ନିର୍ମାଣ କରାଯିବ
  • ନୂତନ ସଫେଇ କର୍ମଚାରୀଙ୍କୁ ନିଯୁକ୍ତି
  • ସଫେଇ କର୍ମଚାରୀଙ୍କ ମୃତ୍ୟୁରେ ୧ କୋଟିର ଆର୍ଥିକ ସହାୟତା
  • ସିଲିଂଗ ସୁରକ୍ଷା
  • ବଜାର ଓ ଉଦ୍ୟୋଗ କ୍ଷେତ୍ରର ବିକାଶ
  • ଦିଲ୍ଲୀରେ ୨୪*୭ ମାର୍କେଟ
  • ଓବିସି ପ୍ରମାଣପତ୍ର ପାଇଁ ନିୟମ କୋହଳ
  • ଭୋଜପୁରୀ ୮ମ ଅନୁସୂଚିତରେ ସାମିଲ
  • ୮୪ ଶିଖ ଦଙ୍ଗା ପୀଡିତଙ୍କୁ ନ୍ୟାୟ
  • କୃଷକଙ୍କ ହକ୍‌ ପାଇଁ ଭୂମି ସୁଧାର ଅଧିନିୟମ ସଂଶୋଧନ
  • ଫସଲହାନୀରେ କୃଷକଙ୍କୁ ୫୦ ହଜାର ପ୍ରତି ହେକ୍ଟର ହିସାବରେ ସହାୟତା ରାଶି ପ୍ରଦାନ
  • ବିଦ୍ୟୁତ ତାର ସମସ୍ୟାର ସମାଧାନ
  • ବ୍ୟବସାୟିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ
  • ଗୃହିଣୀଙ୍କୁ ରୋଜଗାରକ୍ଷମ କରିବା ପାଇଁ ପଦକ୍ଷେପ
  • ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା