ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ । ଆରମ୍ଭ ହେଲା ଭୋଟିଂ ପ୍ରକ୍ରିୟା । ମତଦାନ କରୁଛନ୍ତି ଜନତା । ୭୦ଟି ଆସନ ପାଇଁ ଚାଲିଛି ମତଦାନ । ୧.୪୭ କୋଟି ଭୋଟର ଆଜି ନିଜର ମତାଧିକାର ସାବ୍ୟସ୍ତ କରିବେ । ସେପଟେ, ନିର୍ବାଚନକୁ ନେଇ କଡା ସୁରକ୍ଷା ବଳୟରେ ଦିଲ୍ଲୀ । ଆସନ୍ତା ୧୧ରେ ଆସିବ ନିର୍ବାଚନର ଫଳାଫଳ ।
ଦିଲ୍ଲୀ ବିଧାନସଭା ନିର୍ବାଚନ ଉପରେ ସାରା ଦେଶର ନଜର । କ୍ଷମତା ହାତେଇବାକୁ ୩ ଆଶାୟୀ ଦଳ । ରାଜଧାନୀର ନିର୍ବାଚନ ଦୀର୍ଘ ୧ ମାସରୁ ଦେଶର ଆକାଶରେ ବାଦଲ ଭଳି ଛାଇ ରହିଛି । ନେତାଙ୍କ ବୟାନର ବର୍ଷାରେ ଭିଜି ଆସୁଛି ଦିଲ୍ଲୀ । ଶାନ୍ତି ପୂର୍ଣ୍ଣ ଭାବରେ କିଭଳି ମତଦାନ କରିବେ ସେନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରି ଦିଆଯାଇଛି । ଏହା ସହ ୪୦ ପୋଲିସ ଫୋର୍ସ ମୁତୟନ ହୋଇଛି ।