ଆସନ୍ତାକାଲି ସିଆଚେନ୍‍ ଗ୍ଲାସିଅର୍‍ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତାକାଲି (ସୋମବାର) ସିଆଚେନ୍‍ ଗ୍ଲାସିଅର୍‍ ଗସ୍ତରେ ଯିବେ ଏବଂ ସେଠାକାର ସୁରକ୍ଷା ପରିସ୍ଥିତି ସମୀକ୍ଷା କରିବେ । ବା​ୟୁ​ସେନାମୁଖ୍ୟ ଜେନେରାଲ ବିପିନ୍‍ ରାୱତ୍‍ ମଧ୍ୟ ଶ୍ରୀ ସିଂହଙ୍କ ସହ ଗସ୍ତରେଯିବେ। ପ୍ରତିରକ୍ଷା ମନ୍ତ୍ରୀ ବିଶ୍ୱର ଉଚ୍ଚତମ ଯୁଦ୍ଧ କ୍ଷେତ୍ରରେ କାର୍ଯ୍ୟରତ ଯବାନ ଓ ଅଧିକାରୀଙ୍କ ସହ କଥାବାର୍ତ୍ତା କରିବେ ଓ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିବେ।

ସିଆଚେନ୍‍ର ମୂଳ ଶିବିର ୧୨ହଜାର ଫୁଟ୍‍ ଉଚ୍ଚତାରୁ ଆରମ୍ଭ ହୋଇଥିବାବେଳେ ସ୍ଥାନେ ସ୍ଥାନେ ଏହାର ସର୍ବୋଚ୍ଚ ଉଚ୍ଚତା ୨୩ ହଜାର ଫୁଟ । ଶୀତଦିନେ ଏହି ସ୍ଥାନରେ ତାପମାତ୍ରା (ବିଯୁକ୍ତ)  -୭୦ଡିଗ୍ରୀକୁ ଖସିଆସିଥାଏ । ପୂର୍ବରୁ ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ପରେ ନରେନ୍ଦ୍ର ମୋଦୀ ସିଆଚେନ୍‍ ଗସ୍ତ କରିଥିଲେ।