ଦୁଇ ରୀତିରେ ବାହାଘର ହେବକି ଅଡୁଆ,ରାଶି ଅନୁସାରେ କେମିତି କଟିବ ଦୀପିକା- ରଣବୀରଙ୍କ ବୈବାହିକ ଜୀବନ,କଣ କହୁଛନ୍ତି ଜ୍ୟୋତିଷ

ମୁମ୍ବାଇ : ଦୁଇ ଦିନରେ ଦୁଇଥର ବାହାଘର ହୋଇଛି । ତାହା ପୁଣି ଦୁଇଟି ଅଲଗା ଅଲଗା ରିତି ନୀତିରେ । ରଣବୀର- ଦୀପିକାଙ୍କ ଏପରି ବାହାଘର ଇଟାଲିରେ ସରିବା ପରେ ଭାରତ ଫେରିଛନ୍ତି ନବ ଦମ୍ପତି । ତେବେ ବଲିଉଡର ମୋଷ୍ଟ ଇଲିଜବୋଲ କପୋଲଙ୍କର ବାହାଘର ପରେ କେମିତି କଟିବ ବୈବାହିକ ଜୀବନ ତାକୁ ନେଇ ଚାଲିଛି ଆକଳନ । ଜ୍ୟୋତିଷ ଙ୍କ ଗଣନାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି ।

ଜ୍ୟୋତିଷ ମଣିଷ ଶର୍ମାଙ୍କ କହିବାନୁଯାୟୀ ରଣବୀରର ରାଶି କୁମ୍ଭ ରାଶି ଏବଂ ଦୀପିକାଙ୍କ ତୁଳା ରାଶି ଅଟେ । ରଣବୀରଙ୍କ ଜନ୍ମ ଅଙ୍କ ୬ ହୋଇଥିବାବେଳେ ଦୀପିକାଙ୍କ ଜନ୍ମ ଅଙ୍କ ୫ । ରଣବୀର ୧୯୮୫ ମସିହା ଜୁଲାଇ ୬ ତାରିଖରେ ଜନ୍ମ ହୋଇଛନ୍ତି ଜ୍ଝ ଦୀପିକା ୧୯୮୬ ମସିହା ଜାନୁଆରୀ ୫ ତାରିଖରେ ଜନ୍ମ ହୋଇଛନ୍ତି ଜ୍ଝ ଜନ୍ମ ସମୟରେ ଚନ୍ଦ୍ର ସ୍ଥିତି ଅନୁସାରେ ରଣବୀରଙ୍କ ରାଶି କୁମ୍ଭ ହୋଇଥିବାବେଳେ ଦୀପିକାଙ୍କ ରାଶି ତୁଳା ଅଟେ । ଜ୍ୟୋତିଷଙ୍କ କହିବା ଅନୁଯାୟୀ ଏହି ଦୁଇଟି ରାଶିରେ ବିଶେଷ ସମାନତା ଦେଖାଯାଇନଥାଏ  । କୁମ୍ଭ ରାଶିର ଗୁରୁ ଶନି ହୋଇଥିବାବେଳେ ତୁଳା ରାଶିର ଗୁରୁ ଶୁକ୍ର । ଏଭଳି ସ୍ଥିତିରେ ଉଭୟ ରାଶିର ସ୍ୱଭାବ ବିପରୀତ ହୋଇଥାଏ ।

ଜ୍ୟୋତିଷ କହିଛନ୍ତି ଯେ, ଦୀପିକାଙ୍କ କୋଷ୍ଠୀରେ ପ୍ରେମ ବିବାହର ସଂଯୋଗ ଥିଲା । ଉଭୟଙ୍କ କୋଷ୍ଠୀରେ ଗୁରୁ ନୀଚ୍ଚରେ ରହିଛନ୍ତି । ରଣବୀରଙ୍କ କୋଷ୍ଠୀରେ ଶନି ଉଚ୍ଚରେ ଅଛନ୍ତି  । ବିବାହ ପରେ ଶୁକ୍ରର ସଂଯୋଗ ଯୋଗୁଁ ରଣବୀରଙ୍କୁ କ୍ୟାରିଅରରେ ଭାଗ୍ୟ ବହୁତ ସହାୟତା କରିବା ବୋଲି ଜ୍ୟୋତିର୍ବିଦ ଶର୍ମା କହିଛନ୍ତି ଜ୍ଝ ୫ ଅଙ୍କର ସ୍ୱାମୀ ଗ୍ରହ ବୁଧ ହୋଇଥିବାବେଳେ ୬ ଅଙ୍କର ସ୍ୱାମୀ ଗ୍ରହ ଶୁକ୍ର ।

ତେବେ ଏହି ବିବାହରୁ ଦୀପିକାଙ୍କୁ ନିଜ କ୍ୟାରିଅରକୁ ନେଇ ବିଶେଷ କିଛି ଲାଭ ମିଳିବନାହିଁ ବୋଲି କହିଛନ୍ତି ଜ୍ୟୋତିର୍ବିଦ ଜ୍ଝ ସେ ନିଜ ପରିଶ୍ରମର ଫଳ ପାଇବେ । ତେବେ ଉଭୟଙ୍କ ବୈବାହିକ ଜୀବନ ସୁଖମୟ ହେବ ଭବିଷ୍ୟତରେ କୌଣସି ବାଦ ବିବାଦ ସମ୍ଭାବନା ନହିଁ ବୋଲି କହିଛନ୍ତି ଜ୍ୟୋତିର୍ବିସ ଶର୍ମା । ତେବେ ଦିପବିତ୍ରଙ୍କୁ ବିବାହ ଉଭୟଙ୍କ କର୍ମକ୍ଷେତ୍ର ପାଇଁ ବହୁତ ଲାଭପ୍ରଦ ହେବ ବୋଲି କହିଛନ୍ତି ପଣ୍ଡିତ ଶର୍ମା ।