ବାହାଘର ପରେ ମୁମ୍ବାଇ ଫେରିଲେ ଦୀପିକା-ରଣବୀର, ବଧେଇ ଜଣାଇଲେ ଶୁଭେଚ୍ଛୁ

ମୁମ୍ବାଇ : ଇଟାଲୀରେ ବିବାହ ବନ୍ଧନରେ ଆବଦ୍ଧ ହେବାପରେ ବଲିଉଡ୍ ଷ୍ଟାର ଦୀପିକା ପାଦୁକୋନ ଓ ରଣବୀର ସିଂହ ମୁମ୍ବାଇ ଫେରିଛନ୍ତି । ରଣବୀରଙ୍କ ଘରକୁ ବୋହୂ ସାଜି ଯାଇଛନ୍ତି ଦୀପିକା । ତେବେ ଏୟାରପୋର୍ଟରୁ ତାଙ୍କ ଆପାର୍ଟମେଣ୍ଟ ପର୍ଯ୍ୟନ୍ତ ଫ୍ୟାନ ମାନେ ତାଙ୍କୁ ବଧେଇ ଜଣାଇଥିଲେ ଆଉ ହାତ ହଲେଇ ଶୁଭେଚ୍ଛା ଜଣାଇଥିଲେ ଏହି ଜଷ୍ଟ ୱେଡ କପଲ୍।

ଜଷ୍ଟ ୱେଡ କପଲ୍ ମୁମ୍ବାଇ ବିମାନ ବନ୍ଦରରେ । ସୁରକ୍ଷା ଟାଇଟ୍ କିନ୍ତୁ ଟିକିଏ ଝଲକ ନେବାକୁ ଘେରି ରହିଛନ୍ତି ଫ୍ୟାନ। ଆଉ ଦୀପିକାଙ୍କର ଏବେ ତ ସୁରକ୍ଷା ଆହୁରି ଟାଇଟ୍। ଘେରି ରହିଛନ୍ତି ସୁରକ୍ଷା କର୍ମୀ ତା ସହିତ ରଣବୀର ବି ତାଙ୍କ ସୁରକ୍ଷା ପାଇଁ ଖୁବ୍ ବ୍ୟସ୍ତ। ହସ ହସ ମୁହଁରେ ଏମାନେ ଆସିଥିଲେ ମୁମ୍ବାଇ ବିମାନ ବନ୍ଦରକୁ। ଆଉ ହାତ ହଲେଇ ଫ୍ୟାନଙ୍କୁ ଜଣାଇଥିଲେ ଶୁଭେଚ୍ଛା।

ଇଟଲୀରେ ହୋଇଥିଲା ବାହାଘର। ଇଟାଲୀର ଆକର୍ଷଣୀୟ ଲେକ୍ କୋମୋରେ ଦୀପିକା-ରଣବୀରଙ୍କ ମଧ୍ୟରେ କୋଙ୍କଣୀ ଓ ସିନ୍ଧି ପରମ୍ପରାରେ ବାହାଘର ହୋଇଥିଲା । ସେଠାରେ ମାତ୍ର ଅଳ୍ପ କିଛି ଗେଷ୍ଟଙ୍କୁ ସାଙ୍ଗରେ ନେଇ ବାହାଘର ସମ୍ପନ୍ନ ହୋଇଥିଲା। ଆଉ ଏହାପରେ ସୋସିଆଲ ମିଡ଼ିଆରେ ଗୋଟାଏ ପରେ ଗୋଟାଏ ଫଟୋ ଛାଡ଼ିଥିଲେ। ଫଟୋ ଦେଖି ଫ୍ୟାନ ବାୟା। ଆଉ ଆଜି ପହଞ୍ଚିଥିଲେ ଏୟାରପୋର୍ଟରେ। କେମିତି ଷ୍ଟାଇଲରେ ସେମାନେ ଏଣ୍ଟ୍ରି କରୁଛନ୍ତି କେମିତି ଡ୍ରେସ ଏହି କପଲ ପିନ୍ଧୁଛନ୍ତି। ଏ ସବୁ ଉପରେ ଥିଲା ନଜର। ଆଉ ଦେଖିପାରୁଥିବେ ଉଭୟ କେମିତି ହ୍ବାଇଟ ଆଣ୍ଡ ରେଡ୍ କଷ୍ଟ୍ୟୁମ୍ରେ ଝିଲ୍ମିଲ୍ ହେଉଛନ୍ତି।

କଡ଼ା ସୁରକ୍ଷାରେ ନିଜର ବ୍ଲାକ୍ କାରରେ ବସିବା ପରେ ଦୀପିକା ବାହାରିଥିଲେ ସାଜନ କେ ଘର। ଶାଶୁ ଘର ତ କହିପାରିବାନି ପତି ରଣବୀରଙ୍କ ଘରକୁ ବୋହୂ ହେଇ ପହଞ୍ଚିଥିଲେ। ସେଠିବି ଫ୍ୟାନଙ୍କ ଭିଡ଼। ସେଠାରେ ବି ଦୀପୀକାଙ୍କୁ ଡାକି ଫ୍ୟାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ରଣବୀର। ଆଉ ଏହାପରେ ଉଭୟ ଭିତରକୁ ଯାଇଥିଲେ।
ଏହି ଷ୍ଟାର କପଲ୍ ଭାରତରେ ସେମାନଙ୍କ ବନ୍ଧୁମାନଙ୍କ ପାଇଁ ୨ଟି ରିସେପ୍ ସନ ପାର୍ଟି ଆୟୋଜନ କରିବେ । ନଭେମ୍ବର ୨୪ରେ ବେଙ୍ଗଳୁରୁରେ ରିସେପ୍ ସନ ପାର୍ଟି ଥିବା ବେଳେ ନଭେମ୍ବର ୨୮ରେ ମୁମ୍ବାଇରେ ରିସେପସନ୍ ହେବ । ଏହିସବୁ ରିସେପ୍ ସନ ପାର୍ଟିରେ ବଲିଉଡ୍ ଷ୍ଟାର ଓ ସେଲିବ୍ରିଟିମାନଙ୍କୁ ଦେଖିବାକୁ ମିଳିବ।।