ରଣବୀରଙ୍କୁ ଛାଡି ଆଉ କାହାକୁ କିସ୍ କରିବେନି, କାହିଁକି ଏମିତି କହିଲେ ଦୀପିକା,କଣ ପାଇଁ ଲିପ ଲକକୁ ଅରାଜି ?

ନୂଆଦିଲ୍ଲୀ : ବଲିଉଡରେ ନିଜ କିସକୁ ନେଇ ଚର୍ଚ୍ଚାରେ ଥିବା ଦୀପିକା ପାଦୁକୋନ ଆଉ ଲିପ ଲକ କରିବେନି ବା କିସ କରିବେନି । ବାହାଘର ପରେ ସେ ଏମିତି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । କେବଳ ନିଜ ସ୍ୱାମୀ ରଣବୀରଙ୍କୁ ଛାଡି ଦେଲେ ସେ ଆଉ କାହା ସହ ଲିପଲକ ବା କିସ କରିବେନି ବୋଲି ଖୋଲା ଖୋଲି କହିଛନ୍ତି । ଏମିତିକି କାହାକୁ କିସ କରିବାର ସଟ ବି ଦେବେନି ବୋଲି କହିଛନ୍ତି ଦୀପିକା । ଏଣିକି ମ୍ୟାରେଜ ପରେ ସେ କୁଆଡେ ଆଉ ଲିପ୍‌ ଲକ୍‌ ଶଟ୍‌ ଦେବେ ନାହିଁ। କୌଣସି ସିନେମା ସାଇନ୍‌ କରିବା ପୂର୍ବରୁ ଏହାକୁ ସେ ସର୍ବାଗ୍ରେ ଗୁରୁତ୍ୱ ଦେବେ। ‘ଏଣିକି କିସ୍‌ ସିନ୍‌ ପ୍ରତି ଅଧିକ ସର୍ତକ ରହିବି। ଅସଲ କଥା କହିବାକୁ ଗଲେ ଏଭଳି ଶଟ୍‌ ପାଇଁ କେବେ ହଁ ଭରିବି ନାହିଁ। ଫିଲ୍ମଟିଏ ସାଇନ୍‌ କରିବା ପୂର୍ବରୁ ମୁଁ ପ୍ରଯୋଜକଙ୍କୁ ମୋ ପଟରୁ ଏ ନେଇ ଜଣେଇ ଦେବି। ତେଣିକି ଯଦି ଅଫରଟି ଏଥିପାଇଁ ହାତରୁ ଖସିଯାଏ ପରବାୟ ନାହିଁ ବୋଲି କହିଛନ୍ତି ଦୀପିକା। ତେବେ ସେ ନିଜ କଥାରେ କେତେ ଦୃଢ଼ ରହୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ବାହାଘର ପରେ ବେଡରୁମ ସିକ୍ରେଟ ସେୟାର କଲେ ଦୀପିକା, ଜାଣନ୍ତୁ କଣ