ବହାଘର ମଣ୍ଡପରେ କାହିଁକି କାନ୍ଦିଲେ ଦୀପିକା ପାଦୁକୋନ, କେମିତି ରିଆକ୍ଟ କଲେ ରଣବୀର,ପଢନ୍ତୁ ପୁରା ଖବର

ମୁମ୍ବାଇ : ଦୀପିକା ପାଦୁକୋନ ଓ ରଣବୀର ସିଂହଙ୍କ ଇଟାଲୀରେ ଆଜି ଥିଲା ବାହାଘର । ବାହାଘର ପାଇିଁ ଉଭୟ ପରିବାର ଇଟାଲିରେ । ବିବାହ ମଣ୍ଡପ ସାଜ୍ଜ ସଜ୍ଜା ସରିଛି । ବାରାତି ନେଇ ରଣବିର ସି-ପ୍ଲେନରେ ବର ରଣବୀର ଆସିଥିଲେ । ଉଭୟ ବର କନ୍ୟା ସ୍ୱତନ୍ତ୍ର ପୋଶାକରେ ବେଶ ସୁନ୍ଦର ଲାଗୁଥିଲେ । ବେଶ ଧୁମ ଧାନରେ ବାହାଘର ହେଲା । କୋଙ୍କଣୀ ରୀତିରେ ବାହାଘର ସରିବା ପରେ ପୁଣି କାଲି ସିନ୍ଧିରୀତିରେ ବାହାଘର ହେବ । ହେଲେ ବିବାହ ମଣ୍ଡପରେ ଦୀପିକା କୁଆଡେ ଜୋରରେ କାନ୍ଧିଥିବା କୁହାଯାୁଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି ।
ତେବେ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଥିଲା ମେହେନ୍ଦି ସେରିମନି। ଏହି ସମୟରେ ଦୀପିକା ପାଦୁକୋନ୍‌ କୁଆଡେ ଖୁବ୍‌ ଜୋରରେ କାନ୍ଦିଥିଲେ । ଠିକ୍‌ ଯେମିତି ଭାରତୀୟ ଯୁବତୀମାନେ ବାହାଘର ଆଗରୁ କାନ୍ଦିଥାନ୍ତି।ତାଙ୍କର କାନ୍ଦ ଦେଖି ରଣବୀର ସିଂହ ପାଖକୁ ଆସି ତାଙ୍କୁ ସାନ୍ତ୍ୱନା ଦେଇଥିଲେ କି ସେ ଆଜୀବନ ଦୀପିକାଙ୍କ ସାଥ୍‌ ଦେବେ। ଏହାପରେ ଦୀପିକା ପାଦୁକୋନଙ୍କ ମୁହଁରେ ହସ ଫୁଟି ଉଠିଥିଲା।