ଗର୍ଲି ବୟ-ଦୀପିକାଙ୍କ ରୋମାନ୍ସ

ମୁମ୍ୱାଇ: ଦୀପିକା ପାଦୁକୋନ ଏବେ ନିଜର ଆଗାମୀ ଫିଲ୍ମ “ଛପାକ୍” ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଫିଲ୍ମର ଟ୍ରେଲର ରିଲିଜ୍ ହୋଇଯାଇଛି । ଏହି ଫିଲ୍ମରେ ଦୀପିକାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି । ତେବେ ଏହି ଫିଲ୍ମ ରିଲିଜ୍ ଅପେକ୍ଷାରେ ଥିବାବେଳେ ଦୀପିକାଙ୍କୁ ନେଇ ଅନ୍ୟ ଏକ ଖବର ସାମ୍ନାକୁ ଆସିଛି । ଖବର ମିଳିଛି ଯେ, ଦୀପିକାଙ୍କୁ ଆଉ ଏକ ଫିଲ୍ମ ଅଫର ମିଳିଛି । ଏହି ଫିଲ୍ମଟି କରନ ଜୋହର ବ୍ୟାନରରେ ନିର୍ମାଣ ହେବାକୁ ଯାଉଛି । ଏହି ଫିଲ୍ମରେ ଦୀପିକାଙ୍କ ଅପୋଜିଟରେ ଗର୍ଲି ବୟ ହିରୋ ସିଦ୍ଧାନ୍ତ ଚର୍ତୁବେଦୀଙ୍କ ଅପୋଜିଟରେ ଦେଖାଦେବେ ନେଇ ଜଣାପଡିଛି । ପ୍ରଥମ କରି ଏହି ଯୋଡି ସିଲଭର ସ୍କ୍ରିନରେ ଦେଖାଦେବେ । ଫିଲ୍ମର ନାମ ଚୟନ କରାଯାଇ ନ ଥିବାବେଳେ ଏହାର ନିର୍ଦ୍ଦେଶନା କରିବେ ଶକୁନ ବତ୍ରା । ଫିଲ୍ମଟି ୨୦୨୧ରେ ରିଲିଜ୍ ହେବା ନେଇ ସୂଚନା ମିଳିଛି । ଏହି ଫିଲ୍ମରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କର ଏଂଟ୍ରି ହୋଇଯାଇଛି । ତେବେ ପ୍ରଥମ କରି ଦୀପିକା ଓ ସିଦ୍ଧାନ୍ତଙ୍କ ଯୋଡି ଦର୍ଶକ କେତେ ପସନ୍ଦ କରିବ ଫିଲ୍ମ ରିଲିଜ୍ ପରେ ଜଣାପଡିବ ।