ବାହାଘର ପରେ ବେଡରୁମ ସିକ୍ରେଟ ସେୟାର କଲେ ଦୀପିକା, ଜାଣନ୍ତୁ କଣ

ମୁମ୍ବାଇ : ଦୀପିକା ପାଦୁକୋନ ଓ ରଣବୀର ସିଂହଙ୍କ ବାହଘରକୁ ମାସେ ପୁରିଲାଣି ।ଦୁହିଁଙ୍କ ମ୍ୟାରେଡ ଲାଇଫକୁ ନେଇ ଏବେ ବି ଅନେକ ଚର୍ଚ୍ଚା ଚାଲିଛି । ତେବେ ବାହାଘରେ ପରେ ଉଭୟ ଦୀପବୀର କେମିତି ଚଳୁଛନ୍ତି ଓ ସେମାନଙ୍କ ଦିନ କେମିତି କଟୁଛି ସେନେଇ ବାହାଘର ଓ ତା ପରର ଅନୁଭୁତି ପ୍ରଥମ ଥର ଲାଗି ନିଜ ଫ୍ୟାନଙ୍କ ଆଗରେ ସେୟାର କରିଛନ୍ତି ଦୀପିକା । ଏମିତି କି କହୁ କହୁ ନିଜ ବେଡ ରୁମ ସିକ୍ରେଟ ବି ଖୋଲିଛନ୍ତି ଦୀପିକା । ଦୁହେଁ କେମିତି ଶୋଇବାକୁ ଯାନ୍ତି ଓ ସକାଳୁ ଉଠନ୍ତି ତାହା ବି ସେୟାର କରିଛନ୍ତି ।  ବାହାଘର ପରେ ଫିଲ୍ମ ଫେୟାରକୁ ଦେଇଥିବା ସାକ୍ଷାତକାରରେ ଦୀପିକା ବାହାଘର ସମ୍ବନ୍ଧିତ ଅନେକ କଥା ଶେଆର କରିଛନ୍ତି।

ଦୀପିକା କହିଛନ୍ତି, ‘ଯେତେବେଳେ ରଣବୀର ମୋ ମଥାରେ ସିନ୍ଦୂର ଦେଉଥିଲେ ମୋତେ ମୋ ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ର ଡାଇଲଗ୍‌ ‘ଏକ୍‌ ଚୁଟ୍‌କି ସିନ୍ଦୁର କି କିମତ୍‌ ତୁମ୍‌ କ୍ୟା ଜାନୋ’ ଡାଇଲଗ୍‌ ମନେ ପଡ଼ିଯାଇଥିଲା। ଆଉ ସେ ଡାଇଲଗ୍‌ ରିଅଲ୍‌ ଲାଗିଥିଲା। ଫିଲ୍ମ ଓ ରିଅଲ୍‌ ଲାଇଫ୍‌ରେ ଲୋକଙ୍କୁ ବାହାହେବା ଦେଖିଛି। ଯେତେବେଳେ ଏସବୁ ମୋ ସହ ହେଉଥିଲା ମୋତେ ଖୁବ୍‌ ଭଲ ଲାଗୁଥିଲା।
ସେହି ସାକ୍ଷାତକାରରେ ଦୀପିକା କହିଥିଲେ, ‘‘ରଣବୀର ତାଙ୍କ ବାପାମା’ଙ୍କଠୁ ଅଧିକ ମତେ ଭୟ କରନ୍ତି। ମୁଁ ଅନେକ ଏକୁଟିଆ ଥିଲି। କିନ୍ତୁ ଏବେ ଆମ ଏକାଠି ରହୁଛୁ। ରଣବୀର ତାଙ୍କ କାମକୁ ଯାଉଛନ୍ତି ଆଉ ମୁଁ ମୋ କାମକୁ କିନ୍ତୁ ସକାଳେ ଆମେ ଦୁହେଁ ଏକାଠି ଶୋଇକି ଉଠୁଛୁ। ଏହା ବାହାଘରର ସବୁଠୁ ଭଲ କଥା।

ଦୀପିକା ନିଜ ବାହାଘର ସମ୍ପର୍କିତ ଆଉ ଏକ ଖୁଲାସା କରିଥିଲେ ଯାହା ହୁଏତ ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିବ। ବାହାଘର ପରେ ନିଜ ସର୍‌ନେମ୍‌କୁ ନେଇ ଦୀପିକା କହିଲେ, ‘‘ମୋ ନାଁ ହେଉଛି ଦୀପିକା ପାଦୁକୋନ୍‌ ରଣବୀର ସିଂହ ପାଦୁକୋନ୍‌ଙ୍କ ପତ୍ନୀ।

ମନ ବଦଳାଇଲେ ନିକ : ପ୍ରିୟଙ୍କାଙ୍କୁ ନେଇ ସ୍ୱିଜରଲ୍ୟାଣ୍ଡରେ କରିବେ ହନିମୁନ୍, ୭ ଦିନ ରୋମାନ୍ସ କରିବେ ନବ ବଧୁ