ମୁମ୍ବାଇ: ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଆଜି ଏନସିବିରେ ହାଜର ହୋଇଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ୍। ମୁମ୍ବାଇସ୍ଥିତ ଏନସିବି ଅଫିସରେ ତାଙ୍କୁ ଜେରା କରାଯିବ ବୋଲି ଜଣାଯାଇଛି। ଏହାବ୍ୟତୀତ ଦୀପିକାଙ୍କ ମ୍ୟାନେଜର୍ କରିସ୍ମା ପ୍ରକାଶଙ୍କୁ ସାରା, ଶ୍ରଦ୍ଧାଙ୍କୁ ବି ଆଜି ହାଜର ପାଇଁ ସମନ କରିଛି ଏନସିବି।
ସୂଚନାଯୋଗ୍ୟ, ବଲିଉଡ୍ ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କୁ ଗତକାଲି ଜେରା କରିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ।