ଭାଇରାଲ ହେଲା ଦୀପିକାଙ୍କ ଛୋଟ ବେଳର ଫଟୋ; ଦେଖନ୍ତୁ…

ମୁମ୍ବାଇ: ସେଲିବ୍ରିଟିଙ୍କ ଫଟୋ ସବୁବେଳେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥାଏ। ଫ୍ୟାନ୍ସ ନିଜ ପସନ୍ଦୀୟ ସେଲିବ୍ରିଟିଙ୍କ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ପ୍ରାୟତଃ ବ୍ୟାକୁଳ ଥାଆନ୍ତି। ଏବେ ସୋସିଆଲ ମିଡିଆରେ ଜଣେ ଫେମସ ଅଭିନେତ୍ରୀଙ୍କ ଫଟୋ ଘୁରିବୁଲୁଛି। ଯାହାଙ୍କୁ ଦେଖି ଆପଣ ଆପଣଙ୍କୁ ଚିହ୍ନିବା କଷ୍ଟଦାୟକ ହେବ।

କାରଣ ତାଙ୍କ ପିଲାବେଳ ଗୋଲମୋଲୁ ବେବି ରୂପେ ନଜର ଆସୁଛନ୍ତି। ଆଉ ତାଙ୍କ ସେକ୍ସୀ ଅବତାର ଦେଖିବାକୁ ମିଳୁଛି। ଆମେ ଏଠାରେ ଆଉ କେଉଁ ଅଭିନେତ୍ରୀଙ୍କ ବିଷୟରେ ନୁହେଁ ବରଂ ବି-ଟାଉନ ମସ୍ତାନୀ ଦୀପିକା ପାଦୁକୋନଙ୍କ ବିଷୟରେ କଥା ହେଉଛି।

ଦୀପିକାଙ୍କ ଏହି ଫଟୋ ତାଙ୍କ ଫ୍ୟାନ ପେଜ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଫଟୋରେ ଦୀପିକାଙ୍କ କ୍ୟୁଟ ଅନ୍ଦାଜ ସମସ୍ତଙ୍କ ମନ କିଣିଛି। ସେହିପରି ଫଟୋର କ୍ୟାପନସରେ ଲେଖାଯାଇଛି, ‘କ୍ୟୁଟ ପଟାଟୋ।’