ଦୀପିକା ପାଦୁକୋନ ବାହାଘରରେ ପିନ୍ଧି ଥିବା ବ୍ରାଣ୍ଡ ଶାଢିର ଦାମ କିଣିବାକୁ ଚାହିଁଛନ୍ତି ଜାଣନ୍ତୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ହେବ

ମୁମ୍ବାଇ: ବଲିଉଡ୍‌ର ବହୁ ଚର୍ଚ୍ଚିତ ଯୋଡି ଦୀପିକା ପାଦୁକୋନ ଓ ରଣବୀର କପୁରଙ୍କର ବିବାହ ଓ ବେଙ୍ଗାଲୁରରେ ଥିବା ଗ୍ରାଣ୍ଡ ରିସେପଶନ୍‌ ପାର୍ଟି ସରିଯାଇଛି। ଏବେ ଏମାନେ ମୁମ୍ବାଇ ଫେରି ଆସିଛନ୍ତି। ଏହାପରେ ବି ଫ୍ୟାନମାନଙ୍କ ପାଖରେ କମିନାହିଁ ଏହିଯୋଡିଙ୍କ କ୍ରେଜ୍‌। ବିବାହ ଓ ରିସେପଶନରେ ଦୀପିକା ଯେଉଁ ଶାଢି ପିନ୍ଧିଥିଲେ ଏବେ ତା’ର ଡିମାଣ୍ଡ ବଢିଯାଇଛି ୨-୩ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ଏହି ଶାଢି। ଖବର ଅନୁଯାୟୀ ଦୀପିକାଙ୍କ ବିବାହ ଓ ରିସେପଶନ୍‌ ପାର୍ଟିର ଫଟୋ ଭାଇରାଲ ହେବା ପରେ ସେ ପିନ୍ଧିଥିବା ଶାଢିକୁ ନେଇ ଲୋକେ ପାଗଳ ହୋଇଛନ୍ତି। ଖୁବ୍‌ କମ୍‌ ସମୟ ଭିତରେ ଦୀପିକା ପିନ୍ଧିଥିବା ଶାଢିର ଅବିକଳ ନକଲ ବହୁ ପରିମାଣରେ ବିକ୍ରି ହେଉଥିବା କହିଛନ୍ତି କେତେଜଣ ବ୍ୟବସାୟୀ। କେବଳ ସେତିକି ନୁହେଁ ଏହାର ଡିମାଣ୍ଡ ଏତେ ରହିଛି ଯେ ଦିନେ ୨ ଦିନ ମଧ୍ୟରେ ମାର୍କେଟରୁ ଏହା ସରିଯାଇଛି ଓ ପୁଣି ଥରେ ଏହାର ତିଆରି ପାଇଁ ଅର୍ଡର ନିଆଯାଇଛି। ତେବେ ଦୀପିକା ବାହାଘରରେ ଲାଲ ରଙ୍ଗର ଜରି କାଞ୍ଜିବରମ ଶାଢି ପିନ୍ଧିଥିବା ବେଳେ ରିସେପଶନ୍‌ ପାର୍ଟିରେ ମଧ୍ୟ ଗୋଲଡେନ୍‌ କଲରର କାଞ୍ଜିବରମ ଶାଢି ପିନ୍ଧିଥିଲେ।