ରଣବୀରଙ୍କୁ ବାହା ହେବେ ହେଲେ ଶାଶୁଘର ଯିବେନି ଦୀପିକା, ନିଜ ପୁରୁଣା ଘରେ ରହିବେ, ଜାଣନ୍ତୁ କାହିଁକି ?

ମୁମ୍ବାଇ : ବଲିଉଡ ଗର୍ଲ ଦୀପିକା ପାଦୁକୋନ ଓ ରଣବୀର ସିଂହଙ୍କ ବାହାଘର ନଭେମ୍ବର ୧୪-୧୫ରେ ହେବ । ବାହାଘର ପାଇଁ ଦୀପିକା ୨୦ ଲକ୍ଷ ଟଙ୍କାର ମଙ୍ଗଳ ସୁତ୍ର ବି କିଣି ସାରିଲେଣି । ହେଲେ ବାହାଘର ପରେ ଦୀପିକା ନିଜ ଶାଶୁଘର କି ରଣବୀରଙ୍କ ଘରେ ରହିବେନି । ବଂର ନିଜ ପୁରୁଣା ଆପାର୍ଟମେଣ୍ଟରେ ରହିବେ ବୋଲି ଜଣାପଡିଛି ।

ବିବାହର ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା ବେଳେ ଦୀପିକା ନିଜ ବିବାହ ପାଇଁ ୨୦ଲକ୍ଷ ଟଙ୍କାର ମଙ୍ଗଳସୂତ୍ର କିଣି ସାରିଲେଣି । । ତେବେ ବିବାହ ପରେ ଦୁହେଁ ରହିବେ କେଉଁଠି ତାହା ସ୍ଥିର ହୋଇ ପାରି ନାହିଁ । ଦୁହିଁଙ୍କୁ ନିଜ ସ୍ୱପ୍ନର ଘର ମିଳି ନଥିବାରୁ ବିବାହ ପରେ ଦୁହେଁ ଦୀପିକା ରହୁଥିବା ପ୍ରଭାଦେବୀ ଆପାର୍ଟମେଣ୍ଟରେ ରହିବେ ବୋଲି ଜଣାପଡ଼ିଛି ।

ଭାଦେବୀ ଆପାର୍ଟମେଣ୍ଟରେ ଦୀପିକାଙ୍କ ଫ୍ଲାଟ୍‌ ୨୬ ମହଲା ଉପରେ ଥିବା ବେଳେ ବିବାହର ତୁରନ୍ତ ପରେ ଦୁହେଁ ସେଠାରେ ରହିବେ । ଅନ୍ୟ ପକ୍ଷରେ ରଣବୀରଙ୍କ ମାତା-ପିତା ଏବଂ ତାଙ୍କ ଭଉଣୀ ବେଙ୍ଗାଲୁରୁରେ ରହିବେ ବୋଲି ଜଣାପଡ଼ିଛି । ଘର ମିଳି ପାରି ନଥିବାରୁ ଦୀପିକାଙ୍କୁ ଏକା ଛାଡ଼ିବା ପାଇଁ ରାଜି ହୋଇ ନଥିଲେ ରଣବୀର, ଯେଉଁଥି ପାଇଁ ସେ ମଧ୍ୟ ଦୀପିକାଙ୍କ ସହ ତାଙ୍କ ଫ୍ଲାଟ୍‌ରେ ରହିବା ପାଇଁ ନିଷ୍ପତ୍ତିନେଇଥିଲେ ।