ଦୀପିକା ଓ ରଣବୀରଙ୍କ ବିବାହ ତାରିଖ ହେଲା ସ୍ଥିର, ଜାଣନ୍ତୁ କେଉଁ ଦିନ ବାହା ହେବେ ଦୀପ – ବୀର

ମୁମ୍ବାଇ : ବଲିଉଡର ମୋଷ୍ଟ ଇଲିଜିବୋଲ ବ୍ୟାଚେଲର ବାଜିରାଓ ମସ୍ତାନି ଅଭିନେତା ରଣବୀର ସିଂହ ଏବଂ ଦୀପିକା ପାଦୁକୋନଙ୍କ ବିଭାହ ଖବରକୁ ନେଇ ଗତ କିଛି ମାସ ହେଲା କେବଳ ବି- ଟାଉନ ନୁହେଁ ସାରା ଦେଶର ସିନେପ୍ରେମୀଙ୍କ ଭିତରେ ଚର୍ଚ୍ଚା ଥିଲା । ଏବେ ସେଇ ଚର୍ଚ୍ଚାରେ ପୂଣ୍ଣଛେଦ ପଡିବାକୁ ଯାଉଛି । ରଣବୀର ଓ ଦୀପିକାଙ୍କ ବିଭାହ ତାରିଖ ସ୍ଥିର ହୋଇସାରିଥିବା ନେଇ ସୂଚନା ମିଳିଛି ।
ଦୁହେଁ ନଭେମ୍ବର ୨୦ରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ନଭେମ୍ବର ୨୦ ନୁହଁ ତାର ସପ୍ରାହକି ପୂର୍ବରୁ ଅର୍ଥାତ ନଭେମ୍ବର ୧୩ରେ ଦୀପ-ବୀର ବିବାହ କରିବେ ବୋଲି ତିଥି ସ୍ଥିର ହୋଇଥିବା ସୂଚନା ମିଳିଛି ।
ବିବାହର ତାରିଖ ସାମ୍ନାକୁ ଆସିଥିବା ବେଳେ ଦୁହିଁଙ୍କ ପ୍ରଶଂସକ ଏବେ ଉତ୍ସାହିତ ଥିବା ଜଣା ପଡ଼ିଛି । ବିବାହର ତାରିଖ ଧାର‌୍ୟ୍ୟ କରାଯାଇଥିଲେ ମଧ୍ୟ ଦୁହେଁ କେଉଁଠି ବିବାହ କରିବେ ତାହା ସ୍ଥିର କରାଯାଇ ନାହିଁ । କିନ୍ତୁ ଏବେ ମଧ୍ୟ ସ୍ଥାନ ଠିକ୍‌ କରାଯାଇଥିବା ସୂଚୀରେ ଇଟାଲି ପ୍ରଥମ ପସନ୍ଦ ରହିଥିବା ଜଣା ପଡ଼ିଛି । ପ୍ରକୃତରେ ସେମାନେ କେଉଁଠି ବିବାହ କରିବେ ତାହା କିଛି ଦିନ ପରେ ହିଁ ସ୍ପଷ୍ଟ ହୋଇ ପାରିବ ବୋଲି ଆଶା କରାଯାଉଛି ।