ଦୀପିକା ପାଦୁକନଙ୍କ ଭାରାଲ ଭିଡିଓକୁ ନେଇ ଚର୍ଚ୍ଚା

ମୁମ୍ବାଇ : ନଭେମ୍ବରରେ ରଣବୀରଙ୍କୁ ଦୀପିକା ବାହାହେବେ ବଲି ଏକ ପ୍ରକାର ସ୍ଥିର ହୋଇ ସାରିଛି । ହେଲେ ଏତିକିବେଳେ ଦୀପିକାଙ୍କ ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ନେଇ ବି- ଟାଉନ କାହିଁକି ତାଙ୍କ ଫ୍ୟାନଙ୍କ ଭିତରେ ବି ଚର୍ଚ୍ଚା ଆରମ୍ଭ ହୋଇଛି । ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଗୋଟିଏ ପେର ଗୋଟିଏ ହିଟ ଫିଲ୍ମ ଦେଇ ଚର୍ଚ୍ଚାରେ ରହିଛନ୍ତି ।
ତେବେ ଆପଣ କଣ ଭାବୁଛନ୍ତି ତାଙ୍କ କି ଭିଡିଓ ଭାଇରାଲ ହୋଇଛି ସେଇ କଥାତ । ତେବେ ଜାଣନ୍ତୁ ଆଉ କେହି ନୁହେଁ ଖୋଦ ଦୀପିକା ହିଁ ତାଙ୍କ ଏହି ଭିଡିଓକୁ ଇନଷ୍ଟା ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ତାଙ୍କୁ ଧିରେ ଧିରେ ଚାଲୁଥିବାର ଦେଖା ଯାଇଥିଲା । ତାଙ୍କର ଏଭଳି ଚାଲିବାର ଅନ୍ଦାଜ ଦେଖି ବ୍ୟବହାରକାରୀ ହସିବାକୁ ଲାଗିଥଲେ । ଏକ ଆଓ୍ଵାର୍ଡ଼ ସୋ’କୁ ଯୋଗ ଦେବା ପାଇଁ ଯାଇଥିବା ବେଳେ ସେ ଏହି ଭିଡ଼ିଓ ବନାଇଥିଲେ ବୋଲି ଜଣା ପଡ଼ିଛି ।