ବଙ୍ଗୋପ ସାଗରରେ ଲଘୁଚାପ ହେବ ଘୂଣ୍ଣି ଝଡ, ଓଡିଶାରେ ବନ୍ଦରରେ ବିପଦ ସଙ୍ଗେତ,ଜାଣନ୍ତୁ ଓଡିଶାରେ କଣ ହେବ ଝଡର ପ୍ରଭାବ

ଭୁବନେଶ୍ୱର : ବଙ୍ଗୋପ ସାଗରରେ ଏକ ଘୂଣ୍ଣିଝଡ ସୃଷ୍ଟି ହୋଇଛି । ୨୪ ଘଣ୍ଟା ଭିତରେ ଏହା ଡିପ ଡିପ୍ରେସନର ରୂପ ନେବାକୁ ଥିବାବେଳେ ୪୮ ଘଣ୍ଟାରେ ଏହା ଘୂଣ୍ଣି ଝଡର ରୂପ ନେବ । ୭୨ ଘଣ୍ଟା ଭିତରେ ଏହି ଘୂଣ୍ଣିଝଡ ତାମିଲନାଡୁ- ଆନ୍ଧ୍ର ଉପକୂଳ ଛୁଇଁବା ସମ୍ଭନା ରହିଛି । ଏବେ ଏହି ଡିପ୍ରେସନ ଆଣ୍ଡାମାନ ଠାରୁ ୨୦ କିଲୋମିଟର ଓ ଚେନ୍ନାଇଠାରୁ ୧୩୨୦ କିମି ଦୂରରେ ରହିଛି । ୪୮ ଘଣ୍ଟା ଭିତରେ ଏହା ଡିପ ଡିପ୍ରେସନର ରୂପ ନେବାକୁ ଥିବାରୁ ଏହାର ପ୍ରଭାବରେ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବି ମାନଙ୍କୁ ସମୁଦ୍ରକୁ ।ିବାକୁ ବାରଣ କରାଯାଇଛି । ରାଜଯର ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ତେବେ ଘୂଣ୍ଣିଝଡର ପ୍ରଭାବ ଓଡିଶାରେ ପଡିବ ନାହିଁ ବୋଲି ପାଣିପାଗ ବିଭାଗ କହିଛି ।

ଘୁର୍ଣ୍ଣିଝଡ଼ ଭାବେ ନଭେମ୍ବର ୧୫ ବେଳକୁ ତାମିଲନାଡ଼ୁ ଉପକୂଳ ସ୍ପର୍ଶ କରିବ । ଘୂର୍ଣ୍ଣିବଳୟ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ନଭେମ୍ବର ୧୩ ତାରିଖ ସୁଦ୍ଧା ଡିପ୍ ଡିପ୍ରେସନର ରୂପ ନେବ ଏବଂ ତା’ପରେ ତାହା ଦୂର୍ବଳ ହେବ ବୋଲି  କୁହାଯାଉଛି ।

ଏହି ସମୟରେ ଆକାଶ ମେଘୁଆ ରହିବା ସହ ଉପକୂଳ ଓଡ଼ିଶାରେ ନଭେମ୍ବର ୧୨ରୁ ୧୫ ତାରିଖ ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି  ପାଣଇପାଗ ବିଭାଗ ସୂଚନା ଦେଇଛି ।