ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ

ନୂଆଦିଲ୍ଲୀ: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହଥିବା ସୂଚନା ଦେଇଛନ୍ତି ନୂଆଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲ୍ । ପ୍ରାୟ ୨୦ ଦିନ ପୂର୍ବରୁ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଏହି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ହସ୍ପିଟାଲ ପକ୍ଷରୁ ସୋମବାର ଦିନ ଜାରି ବିଜ୍ଞପ୍ତିରେ କୁହାଯାଇଛି, ତାଙ୍କର ଫୁସଫୁସରେ ସଂକ୍ରମଣ ଯୋଗୁଁ ସେପଟିକ୍ ଶକ୍ ଭଳି ସ୍ଥିତି ଉପୁଜିଛି । ସେ ଏବେବି କୋମାରେ ଥିବା ବେଳେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ଡାକ୍ତରୀ ଟିମ୍ ଚିକିତ୍ସାରେ ଲାଗିଛନ୍ତି ।

decline-in-medical-condition-of-pranab-mukherjee-army-hospital

ଚଳିତ ମାସ ତାଙ୍କର ବ୍ରେନ୍ ସର୍ଜରୀ ହୋଇଥିଲା । ଯାହା ପରେ ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ବିଗିଡିବାରୁ ତାଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସେହିପରି ଗତ ଅଗଷ୍ଟ ୧୦ ତାରିଖରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଯାହା ପରେ ତାଙ୍କର ଫୁସଫୁସ୍ ସଂକ୍ରମଣ ହୋଇଥିବା ନେଇ ସୂଚନା ମିଳିଥିଲା ।

ଉଲ୍ଲେଖଯୋଗ୍ୟ, ପ୍ରଣବଙ୍କ ମୁଣ୍ଡରେ ରକ୍ତ ଜମାଟ ହୋଇଥିବାରୁ ଆର୍ ଆର୍ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର କରା ଯାଇଥିଲା । ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।