ଦେବ୍ରୀଗଡ଼ରେ ବାଘ ମୃତ୍ୟୁ ଘଟଣା ଘଟଣାର ତଦନ୍ତ କରିବ NTCA

ଭୁବନେଶ୍ବର  : ବରଗଡ଼ ଦେବ୍ରୀଗଡ଼ରେ ବାଘ ମୃତ୍ୟୁ ଘଟଣା ଘଟଣାର ତଦନ୍ତ କରିବ NTCA । ଏନେଇ ଅନଟିସିଏର ଏକ ୨ ଜଣିଆ ଟିମ ଖୁବ୍‌ଶୀଘ୍ର  ଓଡିଶା ଆସି ତଦନ୍ତ କରିବେ । ତଦନ୍ତ କରି ୧୦ ଦିନ ମଧ୍ୟରେ ରିପୋର୍ଟ ଦେବ ଟିମ୍‌ NTCA ଅଧ୍ୟକ୍ଷ ଅନୁପ ନାୟକ ଏହି ସୂଚନା ଦେଇଛନ୍ତି ।

ସୂଚନା ଥାଇକି ଦେବ୍ରୀଗଡ ଜଙ୍ଗଳରେ ଏକ ମହାବଳ ବାଘକୁ ଶୀକାର କରି ତାର ଦାନ୍ତ ଓ ନଖ କାଟି ନେଇ ତାକୁ ପୋଡି ପୋତି ଦେଇଥିବା ଅଭିଯୋଗ ହୋଇଥିଲା । ବନ ବିଭାଗ ପାଖରେ ଏ ନେଇ ଖବର ନଥିବାବେଲେ ବନଯ ପ୍ରାଣୀ ବିଶେଷଗ୍ୟଂ ଟିମ ଦେବ୍ରୀଗଡରେ ବାଘର ମୃତ ଦେହ ଠାବ କରିବା ପରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।

ପରେ ଜଙ୍ଗଳ ଓ ପରିବେଶ ମନ୍ତ୍ରୀ ଏହା ମହାବଳ ବାଘ ନୁହେଁ ବଂର କଲରାପତରିଆ ବାଘ ବୋଲି କହିଥିଲେ । ପରେ ଏହି ଘଟଣାରେ ଦୁଇ ଜଣ ବନ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ସରକାର । ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏନଟିସିଏ ନିଜ ଆଡୁ ଏହାର ତଦନ୍ତ କରିବେ ବୋଲି ଘୋଷଣା କରିଛି ।