ଯେକୌଣସି ବ୍ୟାଙ୍କ ଏଟିଏମ୍ ରୁ ଟଙ୍କା ଉଠାଇଲେ ଦେବାକୁ ପଡିବନି ଅର୍ଥ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି । ଏଥର ଡେବିଟ୍ କାର୍ଡଧାରୀ ଯେକୌଣସି ବ୍ୟାଙ୍କ ଏଟିଏମ୍ ରୁ ଟଙ୍କା ଉଠାଇଲେ ଦେବାକୁ ପଡିବନି ଅର୍ଥ । ବିନା ଶୁଳ୍କରେ ଯେକୌଣସି ଏଟିଏମ୍ ରୁ ଟଙ୍କା ଉଠାଇବାର ଲାଭ ଉଠାଇପାରିବେ । ଏହି ନିୟମ ୩ମାସ ପର୍ଯ୍ୟନ୍ତ ଲାଗୁ ରହିବା ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।

ଏଥିସହ ବର୍ତମାନ ବ୍ୟାଙ୍କ ଆକାଉାଂଟରେ ମିନିମମ୍‌ ବାଲାନ୍ସ ନଥିଲେ ବ୍ୟାଙ୍କ ପକ୍ଷରୁ କିଛି ଅର୍ଥ ଜରିମାନା ବାବଦରେ କଟା ଯାଉଥିଲା ଏହି ନିୟମକୁ ମଧ୍ୟ ବର୍ତମାନ ସାମୟିକ ଭାବେ ବନ୍ଦ କରିଛନ୍ତି କେନ୍ଦ୍ର ସରକାର ଏ ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। କୋରୋନା ପାଇଁ ଉପୁଜିଥିବା ସ୍ଥିତିର ମୁକାବିଲା କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଏପରି ଘୋଷଣା କରିଥିବା ଜଣାପଡିଛି।