କେନ୍ଦ୍ରୀୟ କୃଷିବିଲ ପ୍ରତ୍ୟାହାର ଦାବୀରେ ଜିଲା କଂଗ୍ରେସର ଧାରଣା ଓ ସ୍ମାରକପତ୍ର ପ୍ରଦାନ

ଦେବଗଡ: କେନ୍ଦ୍ର ସରକାରଙ୍କ ପକ୍ଷରୁ ପାରିତ ହୋଇଥିବା ନୂତନ କୃଷି ବିଲର ପ୍ରତିବାଦ କରିବାସହ ଏହି ବିଲ ତୁରନ୍ତ ପ୍ରତ୍ୟାହାର ଦାବୀରେ ଦେବଗଡ ଜିଲା କଂଗ୍ରେସ କମିଟୀ ପକ୍ଷରୁ ଆଜି ଦେବଗଡ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା । ଏଥିସହ ଉକ୍ତ କୃଷି ବିଲ ତୁରନ୍ତ ପ୍ରତ୍ୟାହାର ଦାବୀରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

debgarh news

ଆଜି ପୂର୍ବାହ୍ନରେ ଦେବଗଡ ଜିଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁକତା ନାୟକ,ଜିଲା କଂଗ୍ରେସ କୃଷକ ମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ସାହୁ, ଜିଲା କଂଗ୍ରେସ ଉପସଭାପତି ପ୍ରକାଶ କୁମାର ଦେବତା ଓ ସଚ୍ଚିଦାନନ୍ଦ ପଟ୍ଟନାୟକ,ଜିଲା କଂଗ୍ରେସ ସାଧାରଣ ସମ୍ପାଦକ ବିନୋଦ କୁମାର ନାୟକ, ଏସ.ଟି.ସେଲ ସଭାପତି କ୍ଷେତ୍ର କୁମାର ପାତ୍ର,ସଂଖ୍ୟାଲଘୁ ସେଲ ସଭାପତି ମୋଇନ ଖାନ, ତିଲେଇବଣି ବ୍ଲକ କଂଗ୍ରେସ ସଭାପୋତି ଗଣେଶ କୁମାର ସାହୁ, ପୂର୍ବତନ ନଗର କଂଗ୍ରେସ ସଭାପତି ସୁବାସ ଚନ୍ଦ୍ର ଭୋଇ, କ୍ଷୀତିଶ ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ କୁମାର ମିଶ୍ର, ବସନ୍ତ କୁମାର ମିଶ୍ର,ମଦନ ମୋହନ ଗଡନାୟକ,ଡିଲେଶ୍ୱର ପ୍ରଧାନ, ଯୁଗଳ କିଣୋର ନାୟକ, ପଂଚୁଲାଲ ବରାଇ, ବିକାଶ ଖଡିରତ୍ନ,ସୁଜ୍ଞାନୀ ପ୍ରଧାନ, ସପ୍ତେଶ୍ୱର ସାହୁ ଓ ରାକେଶ କୁମାର ବେହେରାଙ୍କ ସମେତ ବହୁ ପୁରୁଷ ଓ ମହିଳା କଂଗ୍ରେସ କର୍ମୀ ଜିଲାପାଲଙ୍କ କାଘର୍ଯ୍ୟାଳୟ ସମ୍ମୁଖରେ ପହଂଚି କେନ୍ଦ୍ର ସରକାରଙ୍କ ନୂତନ କୃଷି ନୀତିକୁ କୃଷକ ସ୍ୱାର୍ଥ ବିରୋଧୀ ବୋଲି ଅଭିଯୋଗ କରିବାସହ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କିଛି ସମୟପରେ ଜିଲା ପ୍ରଶାସନ ପକ୍ଷରୁ ସହକାରୀ ଜିଲାପାଳ କୈବଲ୍ୟ କିଶୋର କର ଧାରଣା ସ୍ଥଳକୁ ଆସି ସେମାନଙ୍କ ନିକଟରୁ ମହାମହିମ ରାଷ୍ଟ୍ରପତିଙ୍କ ପାଇଁ ଉଦ୍ଦିଷ୍ଟ ସ୍ମାରକପତ୍ର ଗ୍ରହଣ କରିଥିଲେ ।