ପୂର୍ବତନ ବିଧାୟକଙ୍କ ସେକ୍ସ ଭଇଡିଓ ଭାଇରାଲରେ ସ୍ତ୍ରୀଙ୍କ ହାତ,ଖୋଜୁଛି ପୋଲିସ୍

କନ୍ଧମାଳ : ସେକ୍ସ ସ୍କାଣ୍ଡାଲ ଭାଇରାଲ୍ ପରେ ଫୁଲବାଣୀର ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁର୍ ଫେରାର୍ । ଦେବେନ୍ଦ୍ରଙ୍କ ସ୍ତ୍ରୀ ବୈଜୟନ୍ତୀ କହଁର୍ ଏବଂ ଡ୍ରାଇଭର୍ ରିଙ୍କୁ ନନ୍ଦଙ୍କର ମଧ୍ୟ ପତ୍ତା ମିଳୁନି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ୍, ଦେବେନ୍ଦ୍ର ଓ ତାଙ୍କ ଡ୍ରାଇଭର୍ ରିଙ୍କୁ ସାହୁଙ୍କୁ ଖୋଜୁଛି । ଆଉ ଭିଡିଓ ଭାଇରାଲ୍ କରିଥିବା ଅଭିଯୋଗରେ ଦେବେନ୍ଦ୍ରଙ୍କ ସ୍ତ୍ରୀ ବୈଜୟନ୍ତୀଙ୍କୁ ଖୋଜା ଚାଲିଛି ।

ଯୌନ କେଳେଙ୍କରୀରେ ବିଜେଡି ନେତା । ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଫସିଲେ ଫୁଲବାଣୀର ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁର୍ ହଠାତ୍ ଦିନେ ରାତିରେ ବାବୁଙ୍କର କଣ ମୁଡ୍ ହେଲା କେଜାଣି, ଯୁବତୀଙ୍କୁ ମେସେଜ୍ କଲେ । କିନ୍ତୁ ଯୁବତୀ ରେସପଣ୍ଡ ନକରିବାରୁ ଡ୍ରାଇଭର୍ ରିଙ୍କୁ ସାହୁଙ୍କୁ ନେଇ ତାଙ୍କ ଘରୁ ମାଡ଼ିଗଲେ । ଯୁବତୀଙ୍କ ମାଆଙ୍କୁ ମାଡ଼ ମାରି ଘରୁ ବାହାର କରିଦେବା ପରେ ଯୁବତୀଙ୍କୁ ଆକ୍ରମଣ କରି ତାଙ୍କ ମୁଣ୍ଡ ଫଟାଇ ଦେଇଥିଲେ ଥିଲେ ଦେବେନ୍ଦ୍ର । ଯାହାକୁ ନେଇ ପୀଡ଼ିତା ଥାନାରେ କରିଥିଲେ ଅଭିଯୋଗ ।

ପୀଡ଼ିତାଙ୍କ ଅଭିଯୋଗକୁ ପୋଲିସ୍ ଗ୍ରହଣ କରି ଚୁପ୍ ବସି ଯାଇଥିଲା । ଏବେ କିନ୍ତୁ ଯୌନ କେଳେଙ୍କରୀ ଭିଡିଓ ଭାଇରାଲ୍ ପରେ ଆକ୍ସନ୍ ମୋଡ୍‌କୁ ଆସିଛି ଫୁଲବାଣୀ ପୋଲିସ୍ । ପୀଡ଼ିତାଙ୍କୁ ଅସଦାଚରଣ ଏବଂ ମାଡ଼ ମାରିଥିବା ଅଭିଯୋଗରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ସାହୁ ଓ ତାଙ୍କ ଡ୍ରାଇଭରଙ୍କୁ ଖୋଜୁଛି ପୋଲିସ୍ । ସେପଟେ ଭିଡିଓ ଭାଇରାଲ୍ କରିଥିବା ଅଭିଯୋଗରେ ଦେବେନ୍ଦ୍ରଙ୍କ ସ୍ତ୍ରୀ ବୈଜୟନ୍ତୀଙ୍କୁ ଖୋଜା ଚାଲିଛି

ପୂର୍ବତନ ବିଜେଡି ବିଧାୟକଙ୍କ କାରନାମାକୁ ନେଇ ଫୁଲବାଣୀ ରାଜନୀତି ସରଗରମ । ତୁରନ୍ତ ଦେବେନ୍ଦ୍ର, ତାଙ୍କ ସ୍ତ୍ରୀ ବୈଜୟନ୍ତୀ ଏବଂ ଡ୍ରାଇଭର୍ ରିଙ୍କୁ ସାହୁଙ୍କୁ ଗିରଫ କରିବାକୁ ବିଜେପି ମହିଳା ମୋର୍ଚ୍ଚା ପୋଲିସ୍ ନିକଟରେ ଦାବି କରିଛି ।

ପୂର୍ବତନ ବିଧାୟକଙ୍କୁ ଧରିବାକୁ ୨ଟି ସ୍ୱତନ୍ତ୍ର ଟିମ

 

 

 

 

କନ୍ଧମାଳ ଜିଲା ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କୁ ଗିରଫ କରିବା ପାଇଁ ୨ଟି ସ୍ପେସାଲ ଟିମ୍ ଗଠନ କରାଯାଇଛି । ଏଥିସହ ଭିଡିଓ ଭାଇରାଲ ଘଟଣାରେ ଦେବେନ୍ଦ୍ରଙ୍କ ସ୍ତ୍ରୀ ବୈଜୟନ୍ତୀଙ୍କୁ ଏହି ମାମଲାରେ ଛନ୍ଦା ଯାଇଛି । ଏହି ଘଟଣାରେ ମୋଟ ୩ ଜଣଙ୍କୁ ଗିରଫ କରାଯିବା ପାଇଁ ୨ଟି ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ଶନିବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍ପି ପ୍ରତୀକ୍ ସିଂ ସୁଚନା ଦେଇଛନ୍ତି । ଏସ୍ପି ଆହୁରି କହିଛନ୍ତି, ଦେବେନ୍ଦ୍ରଙ୍କ ନାମରେ ଜନୈକା ଯୁବତୀ ଗତ ୩ ତାରିଖ ଦିନ ସଦର ଥାନାରେ ଏତଲା ଦେଇଥିଲେ । ଏଥିରେ ତାଙ୍କୁ ଓ ତାଙ୍କ ମା’ଙ୍କୁ ପୂର୍ବ ରାତିରେ ଦେବେନ୍ଦ୍ର ମାଡ଼ ମାରିଥିବା ଦର୍ଶାଇଥିଲେ । ଏ ନେଇ ଥାନାରେ ୫୩/୧୮ରେ ଦେବେନ୍ଦ୍ର ଏବଂ ତାଙ୍କ ସହ ଥିବା ରିଙ୍କୁ ସାହୁଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା । ସମ୍ପୃକ୍ତ ଯୁବତୀ ତାଙ୍କ ବୟାନରେ ଦେବେନ୍ଦ୍ରଙ୍କ ସହିତ ତାଙ୍କର କିଛି ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଭାଇରାଲ କରାଯାଇଥିବା କହିଥିଲେ । ଘଟଣାକୁ ନେଇ ଦେବେନ୍ଦ୍ରଙ୍କ ଜନୈକା ବାନ୍ଧବୀଙ୍କୁ ମାମଲାରେ ୬୭(ଏ) ଆଇଟି ଆକ୍ଟରେ ଯୋଡ଼ା ଯାଇଛି । ଏହି ଭିଡିଓ ଭାଇରାଲ ହୋଇଥିବା ନମ୍ବରକୁ ଆମେ ଯାଞ୍ଚ କରିବା ପାଇଁ ଆଇଟି ବିଭାଗର ସହାୟତା ନେଇଛୁ ଏବଂ ଯେଉଁ ସୋସିଆଲ ମିଡିଆରେ ଏହା ଚାଲିଛି ତାକୁ ବନ୍ଦ କରିବା ପାଇଁ ସେମାନଙ୍କୁ ଚିଠି କରିଛୁ । ଏହି ଘଟଣାର ତଦନ୍ତ ଦାୟିତ୍ୱ ଜିଲ୍ଲା ଡିସିଆର୍ବି(ଡିଷ୍ଟ୍ରିକ୍ଟ କ୍ରାଇମ୍ ରେକର୍ଡ ବ୍ୟୁରେ) ଇନ୍ସପେକ୍ଟର ଲକ୍ଷ୍ମୀ ନାରାୟଣ ତିୱାରିଙ୍କୁ ଦିଆଯାଇଛି । ଏହି ଘଟଣାକୁ ପୁଲିସ ଗୁରୁତର ସହ ନେଇଛି । ଦେବେନ୍ଦ୍ରଙ୍କ ମୋବାଇଲ ଫୋନ ବନ୍ଦ ଥିବାରୁ ସେମାନଙ୍କୁ ଠାବ କରାଯାଇ ପାରିନାହିଁ । ଯାହା ବି ହେଉ ସେମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଏସ୍ପି ଶ୍ରୀ ସିଂ କହିଛନ୍ତି । ଅନୁଷ୍ଠିତ ଏହି ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍ପି ଉକ୍ରଳ ରଂଜନ ଦାସ୍, ସଦର ଏସ୍ଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ । ସୁଚନାଯୋଗ୍ୟ ଗତ ୨ ତାରିଖ ବିଳମ୍ବିତ ରାତିରେ ସଦର ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ଘରେ ପସି ପୂର୍ବତନ ବିଧାୟକ ଦେବେନ୍ଦ୍ର ଓ ତାଙ୍କ ସହଯୋଗୀ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ପୁଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ବିଳମ୍ବ ଅଭିଯୋଗ କରାଯାଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଉପ ଆରକ୍ଷୀ ଅଧୀକ୍ଷକଙ୍କ ସାକ୍ଷାତ କରି ତୁରନ୍ତ ଗିରଫ ପାଇଁ ଦାବି କରିବା ସହିତ ସମ୍ପୃକ୍ତ ଯୁବତୀ ଓ ତାଙ୍କ ମାଆଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଦାବି କରିଥିଲେ । ଅନ୍ୟପକ୍ଷରେ ପୂର୍ବତନ ବିଧାୟକ ଶାସକ ଦଳର ହୋଇଥିବା ଯୋଗୁଁ ପୁଲିସ୍ ଜାଣିଶୁଣି ବିଳମ୍ବ କରୁଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ପୂର୍ବତନ ବିଧାୟକଙ୍କୁ ଖୋଜା ଚାଲିଛି ଓ ଗିରଫ କରାଯାଇ ପାରି ନ ଥିବା କହିଛନ୍ତି ଥାନା ଅଧିକାରୀ ରାଧାକାନ୍ତ ସାହୁ ।