ଓଡିଆ କ୍ରିକେଟର ଦେବାଶିଷ ମହାନ୍ତି ହେଲେ ବିସିସିଆଇ ଜୁନିୟର ଚୟନ କମିଟି ସଦସ୍ୟ

ଭୁବନେଶ୍ୱର   :  ଓଡିଶା କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର । ଓଡିଶାର କ୍ରିକେଟର ଭାରତୀୟ କ୍ରିକେଟଟିମର ପୂର୍ବତନ ଦ୍ରୁତ ବୋଲର ଦେବାଶିଷ ମହାନ୍ତି ହେଲେ ବିସିସିସିଆଇର ଜୁନିୟର ଟିମ ଚୟନ କମିଟି ସଦସ୍ୟ ।

 ବିସିସିଆଇର ଜୁନିୟର ଚୟନ କମିଟିରେ ପୂର୍ବତନ ଭାରତୀୟ ସ୍ପେସ ବୋଲର ଦେବାଶିଷ ମହାନ୍ତିଙ୍କୁ ସଭ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ଭେଙ୍କଟେଶ ପ୍ରସାଦଙ୍କ ସ୍ଥାନରେ ଦେବାଶିଷ ମହାନ୍ତିଙ୍କୁ ଏହି ନିଯୁକ୍ତି ମିଳିଛି । କମିଟି ଅଫ ଆଡ୍‌ମିନିଷ୍ଟ୍ରେଟର୍ସ ଏହି ଓଡିଆ ଖେଳାଳୀଙ୍କୁ ନିଯୁକ୍ତି ଦେଇଛି।