ଟ୍ରିପଲ ମର୍ଡର ର ଅନ୍ୟତମ ଅଭିଯୁକ୍ତ ଚିନ୍ମୟ ଗିରଫ

ଦେବଗଡ: ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବାଲିରୋଇ ଗ୍ରାମ ରେ ଘଟିଥିବା ଟ୍ରିପଲ ମର୍ଡର ଘଟଣା ର ଅନ୍ୟତମ ଅଭିଯୁକ୍ତ ଚିନ୍ମୟ ଶେଖର ପ୍ରଧାନ ବାରକୋଟ ପୋଲିସ ହାତରେ ଧରାପଡ଼ିଛି। ନାଗପୁର ଠାରେ ସେନାବାହିନୀରେ କାର‌୍ୟ୍ୟରତ ଚିନ୍ମୟ ହତ୍ୟା କାଣ୍ଡ ପରେ ନିଜ କାର‌୍ୟ୍ୟସ୍ଥଳୀ କୁ ଚାଲିଯାଇଥିବା ବେଳେ ପୋଲିସ ସେଠାକୁ ଯିବା ବେଳେ ସେ ଫେରାର ହୋଇଯାଇଥିଲା। ପରେ ସେ ସୋମବାର ଦେବଗଡ କୋର୍ଟ ରେ ଆତ୍ମସମର୍ପଣ କରିବାକୁ ଯୋଜନା କରି ଓକିଲ ପରାମର୍ଶ କରୁଥିବା ବେଳେ ଦେବଗଡ ବସଷ୍ଟାଣ୍ଡ ନିକଟରେ ବାରକୋଟ ପୋଲିସ ତାକୁ କାବୁ କରିନେଇଥିଲେ। କେହି କିଛି ଜାଣିବା ପୂର୍ବରୁ ବାରକୋଟ ପୋଲିସ ଅଭିଯୁକ୍ତ ସେନା ବାହିନୀ କର୍ମଚାରୀ ଚିନ୍ମୟ ଶେଖର ପ୍ରଧାନ କୁ କପଡା ଗୁଡାଇ ଏକ ସ୍କୁଟିରେ ବସାଇ ନେଇଯାଇଥିଲେ ।