ବିଚାରାଧୀନ କଏଦୀ ମୃତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଅଂଚଳର ବାରିମୂଳ ଜେଲରେ ଗୁରୁବାର ପ୍ରତ୍ୟୁଷରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ହୋଇଛି । ମୃତକ କଏଦୀ ଜଣଙ୍କ ମାର୍ଶାଘାଇ ଥାନା ଅନ୍ତର୍ଗତ ପାଟଳିପ ଗାଁର ଧୀରେନ୍ ବେହେରା(୪୯) । ସେ ସିଆରପିଏଫ୍ ଓ ପରବର୍ତୀ ସମୟରେ ପାରାଦୀପ ବନ୍ଦରରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରିଥିଲେ ।
ବୁଧବାର ରାତିରେ ହଠାତ୍ ତାଙ୍କର ପେଟ ବ୍ୟଥା ଓ ବାନ୍ତି ହେବାରୁ ଚିକିତ୍ସା ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଭୋର ପ୍ରାୟ ୩ଟାରେ ତାଙ୍କର ମୃତ୍ୟୁ ହୋଇଥିବା ଜେଲ ଅଧିକ୍ଷକ ସରୋଜ ବିଶ୍ୱାଳ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ୨୦୧୬ ମେ’ ୧୧ ତାରେିଖରେ ମାର୍ଶାଘାଇ ଥାନାରେ ତାଙ୍କ ନାମରେ ପୋକ୍ସୋ ଆଇନ୍ରେ ହୋଇଥିବା ଦୁଷ୍କର୍ମ ମାମଲା ଯୋଗୁଁ ସେ ଜେଲରେ ବିଚାରାଧୀନ କଏଦୀ ଭାବେ ରହିଆସୁଥିଲେ । କଏଦୀଙ୍କ ମୃତ୍ୟୁ ସମ୍ପର୍କରେ ଜେଲ କର୍ତୃପକ୍ଷ ସଦର ଥାନାକୁ ସୂଚନା ଦେଇଛନ୍ତି । ଅନ୍ୟପଟେ ପରିବାର ଲୋକ ଖବର ପାଇ ଘଟଣାସ୍ଥଳରେ ପହଂଚିଛନ୍ତି ।