ଦିଲ୍ଲୀ ହିଂସା: ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି

ନୂଆଦିଲ୍ଲୀ: ଉତର-ପୂର୍ବ ଦିଲ୍ଲୀ ହିଂସାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହାର ସଂଖ୍ୟା ବର୍ତମାନ ୪୮ରେ ପହଂଚିଛି । ୧୮ ବର୍ଷିୟ ଆକିବର ମୃତ୍ୟୁ ପରେ ଏହି ସଂଖ୍ୟା ବୃଦ୍ଧି ପାଇଛି । ଜିଟିବି ଡାକ୍ତରଖାନାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

୨୪ ଫେବୃଆରୀରେ ସନ୍ଧ୍ୟା ଭଜନପୁରାରେ ହୋଇଥିବା ହିଂସାରେ ମୁଣ୍ଡରେ କ୍ଷତ ଲାଗିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଛି । ମୁଣ୍ଡରେ ରକ୍ତ ଜମିଯାଇଥିବା ଡାକ୍ତର ସୂଚନା ଦେଇଥିଲେ । ଏହାପରେ ତାଙ୍କର ଅପରେସନ କରାଯାଇଥିଲା, ମାତ୍ର ସୋମବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି ।