ଏଣିକି ନାବାଳିକା ଦୁଷ୍କର୍ମକାରୀଙ୍କୁ ଫାଶୀ

ନୂଆଦିଲ୍ଲୀ : ପ୍ରତି ହେଉଥିବା ଯୌନ ଅପରାଧ ରୋକିବା ନାବାଳିକାଙ୍କ ଉପାସ ରହିଲେ ଶ୍ରୀଜିଉ ଲାଗି ମୋଦୀ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ପାଇଁ ଆଇନରେ କ୍ୟାବିନେଟ୍ ଆଜି ମୋହର ମାରିଛି । ପୂର୍ବରୁ କେନ୍ଦ୍ର ସରକାର ‘ପ୍ରୋଟେକ୍ସନ୍ ଅଫ୍ ଚିଲ୍ଡ୍ରେନ୍ ଫ୍ରମ୍ ସେକ୍ସୁଆଲ୍ ଅଫେନ୍ସେସ୍’ (ପକ୍ସୋ) ଆଇନ ଅନୁଯାୟୀ ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବାକୁ ଗତ ଏପ୍ରିଲ ମାସରେ ଅଧ୍ୟାଦେଶ ଜାରି କରିଥିଲେ । ଏହି ଅଧ୍ୟାଦେଶକୁ କ୍ୟାବିନେଟ୍ ଆଜି ମଞ୍ଜୁରୀ ଦେଇଛି । ଏହାଛଡ଼ା ପକ୍ସୋ ଆଇନରେ କେତେକ ସଂଶୋଧନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ର ଅନୁମୋଦନ ମିଳିଛି । କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କ୍ୟାବିନେଟ୍ରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ନାବାଳିକା ଯୌନ ଶୋଷଣ ବଢ଼ି ଚାଲିଥିଲା ବେଳେ ଏହି ସଂଶୋଧନ ଦ୍ୱାରା ଏହା ଉପରେ ଲଗାମ୍ ଲଗାଯାଇ ପାରିବ ।

ଆଇନମନ୍ତ୍ରୀ କହିଛନ୍ତି, ଆଇନରେ ନୂଆ ସଂଶୋଧନ ଅଣାଯିବା ବେଳେ ନାବାଳିକାର ମାନସିକତା ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି । ଏହାଦ୍ୱାରା ନାବାଳିକାର ସୁରକ୍ଷା ଓ ଇଜ୍ଜତ୍ ବଜାୟ ରହିବ । ପକ୍ସୋ ଆଇନ, ୨୦୧୨ ଯୌନ ଉତ୍ପୀଡ଼ନ ଓ ଅଶ୍ଳୀଳତା (ପର୍ଣ୍ଣୋଗ୍ରାଫି) ଅପରାଧରୁ ନାବାଳିକାକୁ ରକ୍ଷା କରିବା ପାଇଁ ଲାଗୁ ହୋଇଥିଲା । ଏହି ଆଇନର ଧାରା-୪, ଧାରା-୫, ଧାରା-୬, ଧାରା-୯, ଧାରା-୧୪, ଧାରା-୧୫ ଓ ଧାରା – ୪୨ରେ ସଂଶୋଧନ ଅଣାଯିବ । ଧାରା-୪, ଧାରା-୫ ଓ ଧାରା-୬ରେ ପରିବର୍ତ୍ତନ ଅଣାଯାଇ କଠୋର ଦଣ୍ଡ ତଥା ମୃତ୍ୟୁଦଣ୍ଡ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଧାରା-୯ରେ ସଂଶୋଧନ ଅଣାଯାଇ ନାବାଳିକା ଓ ନାବାଳକ ପ୍ରତି ପ୍ରାକୃତିକ ବିପଦ ସମୟରେ ହେଉଥିବା ଯୌନ ଅପରାଧରୁ ସେମାନଙ୍କୁ ରକ୍ଷା କରିବା ପାଇଁ ବ୍ୟବସ୍ଥା ହୋଇଛି ।

ସେହିପରି ପର୍ଣ୍ଣୋଗ୍ରାଫି ବିପଦ ଦୂର କରିବା ଲାଗି ଅଧିନିୟମର ଧାରା -୧୪ ଓ ୧୫ରେ ସଂଶୋଧନ ପାଇଁ ପ୍ରସ୍ତାବ ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଏପ୍ରିଲ୍ରେ ସରକାର ଏକ ଅଧ୍ୟାଦେଶ ଜାରି କରି ୧୨ ବର୍ଷରୁ କମ୍ ନାବାଳିକାଙ୍କ ପ୍ରତି ଦୁଷ୍କର୍ମରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଏବଂ ୧୬ ବର୍ଷରୁ କମ୍ ବୟସର ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡର ବ୍ୟବସ୍ଥା କରିଥିଲେ ।