ନନ୍ଦନକାନନରେ ହଳଦିଆ ଆନାକୋଣ୍ଡାର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବାପରେ ମୃତ୍ୟୁର କାରଣ ଜଣାପଡିବ ।

ବର୍ତ୍ତମାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଟି ଆନାକୋଣ୍ଡା ରହିଛନ୍ତି। ଗତବର୍ଷ ଅକ୍ଟୋବର ୮ ତାରିଖରେ ଚେନ୍ନାଇର ଏମସିବିଟି ପ୍ରାଣୀ ଉଦ୍ୟାନରୁ ଆନାକୋଣ୍ଡା ଅଣାଯାଇଥିଲା ।