ଭଦ୍ରକ ମଦମୃତ୍ୟୁ ଘଟଣାର ହେବ ଉଚ୍ଚସ୍ତରୀୟ ତଦନ୍ତ : ଅବକାରୀ ସଚିବ

ଭୁବନେଶ୍ୱର : ଭଦ୍ରକ ମଦମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ଅବକାରୀ ସଚିବ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି। ଘଟଣାସ୍ଥଳକୁ ଅବକାରୀ କମିଶନରଙ୍କୁ ପଠାଯାଇଛି ବୋଲି ସଚିବ କହିଛନ୍ତି। ରାଜସ୍ୱ, ସ୍ୱାସ୍ଥ୍ୟ ଓ ପୁଲିସ ଏହି ୩ଟି ବିଭାଗ ମିଳିତ ଭାବେ ଘଟଣାର ତଦନ୍ତ କରିବେ। ତେବେ ପ୍ରାଥମିକ ତଦନ୍ତ ପରେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି।

ସଚିବ କହିଛନ୍ତି, ନିର୍ବାଚନ ଦିନ ମଦମୃତ୍ୟୁ ଘଟଣା ଘଟିଥିବାରୁ ଏହାକୁ ଗୁରୁତ୍ୱର ସହ ନିଆଯାଇଛି। ସାଧାରଣତଃ ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ମଦ ଦୋକାନ ବନ୍ଦ ରହେ। ତେବେ ମଦ କେଉଁଠାରୁ ଆସିଛି ତାହା ବୋତଲର ସିଲ୍‌ ଦେଖିଲେ ଜଣାପଡିବ। ପ୍ରାଥମିକ ତଦନ୍ତରେ ଦୋଷୀ ଚିହ୍ନଟ ହେଲେ କାର୍ଯ୍ୟାନୁଷ୍ଠାନ ହେବ।