ଅଂଶୁଘାତରେ ଜଣେ ମୃତ

ଭଦ୍ରକ : ଧାମନଗର ବ୍ଲକ ଅର୍ଜୁନପୁର ଗ୍ରାମରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଉଛନ୍ତି ଇନ୍ଦ୍ରଜିତ ରାଉତ (୩୩)। ସେ ବୁଧବାର ପୂର୍ବାହ୍ନ ୧୧ଟା ସମୟରେ ବିଲକୁ ଯାଉଥିବା ବେଳ ହଠାତ୍‌ ଅଚେତ ହୋଇପଡିଥିଲେ। ଗ୍ରାମବାସୀମାନେ ତାଙ୍କୁ ଉଦ୍ଧାର କରି ପାଣି ଛିଞ୍ଚି ଥିଲେ ମଧ୍ୟ ତାଙ୍କର ଚେତା ଫେରି ନ ଥିଲା। ତେଣୁ ଚିକିତ୍ସା ନିମନ୍ତେ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।