କାର୍ଯ୍ୟରେ ଅବହେଳା କାରଣରୁ ନିଳମ୍ବିତ ହେଲେ ଅଇଁଠାପାଲି ଏସଆଇ

ସମ୍ବଲପୁର: କାର୍ଯ୍ୟରେ ଅବହେଳା କରି ନିଲମ୍ବିତ ହେଲେ ପୋଲିସ ଏସଆଇ । ସମ୍ବଲପୁର ଅଇଁଠାପାଲି ଥାନାର ଏସଆଇ ଯୁଗଳ କିଶୋର ସା’ଙ୍କୁ ନିଲମ୍ବନ କଲେ ସମ୍ବଲପୁର ଏସପି କନୱର ବିଶାଳ ସିଂ । ଏକ ହତ୍ୟା ମାମଲାର ଚାର୍ଜ ସିଟ ନିର୍ଦ୍ଧାରିତ ସମୟରେ କୋର୍ଟରେ ଦାଖଲ ନ କରିବାରୁ ଅଭିଯୁକ୍ତକୁ ଜାମିନ ମିଳିଯାଇଛି । ଯାହାକୁ ନେଇ ଏସଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି ।

ସମ୍ବଲପୁର ବୁଢାରଜାର ଜଣେ ବୟସ୍କା ମହିଳାଙ୍କୁ ତାଙ୍କ ଘରେ ଭଡା ରହୁଥିବା ସୌରଭ ନାମକ ଜଣେ ବ୍ୟକ୍ତି ତଂଟି ଚିପିବା ସହ ଛୁରୀ ଭୁସି ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଯାହାର ତଦନ୍ତ ଭାର ଏସଆଇ ଯୁଗଳଙ୍କୁ ଦିଆଯାଇଥିଲା । ୧୨୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ କରିବା ବଦଳରେ ସେ ୧୨୧ ଦିନରେ ଚାର୍ଜସିଟ ଦାଖଲ କରିଥିଲେ । ଫଳରେ ଅପରାଧୀକୁ କୋର୍ଟରୁ ଜାମିନ ପାଇବାରେ ସକ୍ଷମ ହୋଇଛି । ଆଉ ଏଥିରେ ଏସପି ଅସନ୍ତୋଷ ପ୍ରକାଶ କରିବା ସହ ଏସଆଇ ଯୁଗଳଙ୍କୁ ନିଲମ୍ବିତ କରିଛନ୍ତି । ରାଜ୍ୟ ସରକାରଙ୍କ ‘ମୋ ସରକାର’ ଓ ୫ଟିକୁ ଦେଖି ଏମିତି ପଦକ୍ଷେପ ନିଆଯାଇଥିବାର ଚର୍ଚ୍ଚା ହେଉଛି ।