ବଢିଲା କାଳିଆ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚ ଅବଧି

ଭୁବନେଶ୍ୱର:କାଳିଆ ଯୋଜନା ଯୋଜନା ସମୀକ୍ଷା ବୈଠକରେ ଆଜି ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚ ଅବଧି ବଢାଇ ଦିଆଯାଇଛି । ଏହି ଯାଞ୍ଚର ଶେଷ ତାରିଖ ଥିଲା କାଲି କିନ୍ତୁ ଏହି ଅବଧି ବୃଦ୍ଧି ହୋଇ ୨୭ଯାଏଁ ସମୟ ଦିଆଯାଇଛି ।

ରାଜ୍ୟରେ ଅଧିକ ଲୋକ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କୃଷି ଉପରେ ନିର୍ଭର କରୁଛନ୍ତି । ସେମାନଙ୍କ ଆର୍ଥିକ ଓ ସାମାଜିକ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାର କାଳିଆ ଯୋଜନା ପ୍ରଚଳନ କରିଛନ୍ତି । କିନ୍ତୁ ଏହି କାଳିଆ ଯୋଜନାରେ ଯେଉଁ ଯୋଗ୍ୟ ହିତାଧିକାରୀଙ୍କ ନାଁ ପ୍ରକାଶ ପାଇଥିଲା ସେଥିରେ ଯୋଗ୍ୟ ଚାଷୀ ବାଦ ପଡ଼ିଥିବା ବେଳେ ଅନେକ ଅଯୋଗ୍ୟ ଲାଭ ପାଇଛନ୍ତି । ତେଣୁ ଯୋଗ୍ୟ ହିାଧିକାରୀଙ୍କୁ ଖୋଜି ବାହାର କରି ତାଲିକାରେ ସାମିଲ କରିବା ସହ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯିବାକୁ ପଞ୍ଚାୟତ ,ବ୍ଲକ ଓ ଜିଲ୍ଲା ସ୍ତରରେ କମିଟି ଗଠନ କରାଯାଇ ସମୟ ସୀମା ଦିଆଯାଇଥିଲା । କାଳିଆ ଯୋଜନା ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚର ଶେଷ ତାରିଖ ଥିଲା ଅଗଷ୍ଟ ୧୪ କିନ୍ତୁ ଏହି ଅବଧି ବୃଦ୍ଧି କରାଯାଇ ୨୭ଯାଏଁ ସମୟ ଦିଆଯାଇଛି । 

ଆସନ୍ତା ୨୭ରେ ପଞ୍ଚାୟତ ,୨୯ରେ ବ୍ଲକ ଓ ୩୧ରେ ଜିଲ୍ଲାସ୍ତରରେ ଯାଞ୍ଚ ଶେଷ କରାଯିବ । କାଳିଆ ଯୋଜନା ସମୀକ୍ଷା ପରେ କୃଷି ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୫୧ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୧୩ଲକ୍ଷ ଯାଞ୍ଚ କରାଯାଇଛି । ଏହା ସହ ଯେଉଁ ଅଯୋଗ୍ୟ ହିତାଧିକାରୀ ଏହି ତାଲିକାରେ ସ୍ଥାନ ପାଇ ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି ସେମାନେ ପରବର୍ତ୍ତୀ କାଳିଆ କିସ୍ତି ପାଇବେନି ।