ସତୀଗୁଡ଼ା ଡ୍ୟାମରୁ ମାଲକାନଗିରି ଜିଲ୍ଲାପାଳଙ୍କ ପିଏଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି : ଆଜି ସତୀଗୁଡ଼ା ଡ୍ୟାମରୁ ମାଲକାନଗିରି ଜିଲ୍ଲାପାଳଙ୍କ   ପିଏ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ଉଦ୍ଧାର ହୋଇଛି।

ଗତକାଲି ସନ୍ଧ୍ୟାରେ ଅଫିସ୍‌ରୁ ଘରକୁ ଫେରୁଥିବେ ବେଳେ ଦେବନାରାୟଣ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ଲୋକେ ମାଲକାନଗିରି ଥାନାରେ ଏତଲା ଦେଇଥିଲେ। ଏହାପରେ ଆଜି ସତୀଗୁଡା ଡ୍ୟାମ୍ ନିକଟରୁ ତାଙ୍କ ବାଇକ୍‌ ଓ ହେଲମେଟ୍ ମିଳିଥିଲା। ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରି ଡ୍ୟାମ୍‌ରୁ ତାଙ୍କ ମୃତଦେହ ଉଦ୍ଧାର କରିଥିବା ସୂଚନା ମିଳିଛି।

କିପରି ଓ କେଉଁ ପରିସ୍ଥିତିରେ ଦେବନାରାୟଣଙ୍କ ମୃତ୍ୟୁ ଘଟିଲା, ତାହା ଏବେ ସନ୍ଦେହ ଘେରରେ ରହିଛି। ଆଜି ସକାଳେ ମାଲକାନଗିରି ଜିଲ୍ଲାପାଳ ନିଖୋଜ ଦେବନାରାୟଣଙ୍କ ପରିବାରବର୍ଗଙ୍କୁ ଭେଟି ସାନ୍ତ୍ୱନା ଜଣାଇଥିଲେ।