ଶବ ସତ୍କାରର ୧୫ ଦିନ ପରେ ଘରକୁ ଫେରିଲେ ମୃତ ଘୋଷିତ ବ୍ୟକ୍ତି , ଜାଣନ୍ତୁ କେମିତି ଘଟିଲା ଘଟଣା

ଓ୍ଵାୟାନାଡ଼ : ମରି ଯାଇଥିବା ଭାବି ଅଧାପୋଡା ମୃତ ଶରୀରକୁ ସକ୍ରାର କଲେ ପରିବାର ଲୋକେ । ଶୁଦ୍ଧି କ୍ରିୟା ବି ସରିଲା, ହେଲେ ଅନ୍ତ୍ୟେଷ୍ଟିକ୍ରିୟା ସମାପନର ୧୫ ଦିନ ପରେ ମୃତ ଘୋଷିତ ବ୍ୟକ୍ତି ପୁଣି ନିଜ ଘରକୁ ଫେରିବା ଖବର ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣା ଘଟିଛି କେରଳର ଓ୍ଵାୟାନାଡ଼ ଅନ୍ତର୍ଗତ ଆଡ଼ିକ୍କୋଲ୍ଲିରେ ।

ତେକ୍କାନାମ କୁନ୍ନେଲ୍‌ ପରିବାରର ସଦସ୍ୟମାନେ ୧୫ ଦିନ ତଳେ ମରିଯାଇଥିବା ୪୮ ବର୍ଷିୟ ସାଜିଙ୍କ ଶବ ପୋତି ପକାଇଥିଲେ। କିନ୍ତୁ, ଅନ୍ତ୍ୟେଷ୍ଟିକ୍ରିୟା ସମାପନର ୧୫ ଦିନ ପରେ ବୁଧବାର ଦିନ ସାଜି ଘରକୁ ଫେରିବା ଦେଖି ସେମାନେ ଆବାକାବା ହୋଇ ଯାଇଛନ୍ତି।
ପୁରା ଘଟଣା ଥିଲା କିଛି ଏମିତି ,ସେପ୍ଟେମ୍ବର ୩ ତାରିଖରୁ ଘରୁ ଯାଇଥିବା ସାଜି ସେବେଠାରୁ ପରିବାର ସହ ଯୋଗାଯୋଗ କରି ନ ଥିଲେ। କର୍ଣ୍ଣାଟକର ବୈରାକ୍କୁପ୍ପା ଠାରେ ଏକ ଜଙ୍ଗଲ ଧାରରୁ ମଳିଥିବା ଏକ ଅର୍ଦ୍ଧଗଳିତ ଶବକୁ ମାଆ ଓ ସାନ ଭାଇ ଭ୍ରମରେ ସାଜିଙ୍କର ଶବ ବୋଲି ଚିହ୍ନଟ କରିଥିଲେ। ସେ ଶବର ବ୍ୟବଚ୍ଛେଦ ଏବଂ ପୁଲିସର ଔପଚାରିକତା ଶେଷ ହେବା ପରେ ଆଡିକ୍କୋଲ୍ଲିସ୍ଥିତ ସେଣ୍ଟ୍‌ ସେବାଷ୍ଟିଆନ୍‌ ଗିର୍ଜାରେ ଅକ୍ଟୋବର ୧୬ ତାରିଖ ଦିନ ଅନ୍ତ୍ୟେଷ୍ଟିକ୍ରିୟା ସାମାପନ କରାଯାଇଥିଲା।

ହେଲେ ୧୫ ଦିନ ଧରି ପରିବାର ସହ ଯୋଗା ଯୋଗ କରି ନଥିବା ସାଜି ଘରକୁ ଫେରିଥିଲେ । ଆଉ ଯେତେବେଲେ ଘରକୁ ଫେରିଲେ ସେତେବେଲେ ବସଷ୍ଟାଣ୍ଡରେ ପହଁଚିବା ପରେ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହେଲା ପରି ତାଙ୍କୁ ଚାହିଁ ଥିଲେ । ଏନେଇ ସାଜି କହିଛନ୍ତି, ମୁଁ କନ୍ନୁରରୁ ଫେରି ପାନାମାରାମ ବସ୍‌ଷ୍ଟାଣ୍ଡ୍‌ରେ ମତେ ଦେଖି ‘କେଏସ୍‌ଆର୍‌ଟିସି’ରେ ଡ୍ରାଇଭର୍‌ ଥିବା ମୋ ସମ୍ପର୍କୀୟ ଭାଇ ସୁନୀଲ ଚମକି ପଡ଼ିଥିଲା। ପରିବାର ଲୋକେ ଧାର୍ମିକ ରୀତିରେ ମୋ ଅନ୍ତ୍ୟେଷ୍ଟି କ୍ରିୟା ଶେଷ କରିଥିବା କଥା ତା’ଠାରୁ ଶୁଣି ମୁଁ ମଧ୍ୟ ଚକିତ ହୋଇଗଲି।
ସାଜିଙ୍କ ଭାଇ ଜିନେଶ କହନ୍ତି ଯେ ସେ ପୁଲପାଲ୍ଲୀ ଥାନାକୁ ଅନ୍ୟ ଗୋଟାଏ ଅଭିଯୋଗ ରେଜିଷ୍ଟ୍ରି କରିବାକୁ ଯାଇଥିବାବେଳେ କର୍ଣ୍ଣାଟକର ବୀଚନହାଲ୍ଲି ପୁଲିସ ଗୋଟାଏ ଶବ ପାଇଛନ୍ତି ବୋଲି କହିଥିଲେ।