ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

ବରଗଡ: ବରଗଡ ଜିଲ୍ଲାର ବରପାଲି ଅଂଚଳରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ଖବର ଅନୁସାରେ, ଆଜି ସକାଳେ ବରପାଲି ସହରର ତିନି ନମ୍ବର ୱାର୍ଡରେ ଥିବା ଜଗନ୍ନାଥ ନଗରର ମାଷ୍ଟର କଲୋନିରେ କିଛି ଲୋକ ଜଣେ ଯୁବକଙ୍କର ରକ୍ତାକ୍ତ ମୃତ ଦେହ ଦେଖିବାକୁ ପାଇଥିଲେ। ଉକ୍ତ ମୃତ ଯୁବକଙ୍କର ମୁଣ୍ଡର ଖପୁରି ବାହାରକୁ ବାହାରିଯାଇଛି। ପାଖରେ ଏକ ଲୁହା ଛଡ଼ ପଡ଼ିଥିବାର ବି ଦେଖିବାକୁ ମିଳିଥିଲା। ଏହାପରେ ସେମାନେ ପୋଲିସକୁ ଏସଂପର୍କରେ ସୂଚନା ଦେଇଥିଲେ।

ପୋଲିସ ସେଠାରେ ପହଂଚି ଘଟଣାସ୍ଥଳରୁ ଲୁହା ଛଡ଼ ଜବତ କରିଛି। ଏହାପରେଏହି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ | ଯୁବକଙ୍କୁ ଲୁହା ଛଡ଼ରେ ପିଟିପିଟି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ତେବେ ହତ୍ୟା କାରଣ ଅସ୍ପଷ୍ଟ ରହିଛି। ମୃତକଙ୍କ ପରିଚୟ ବି ଏଯାବତ୍ ମିଳିନାହିଁ। ସାଇଂଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସେଠାକୁ ଆସୁଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି| ଏହାପରେ ତଦନ୍ତ ଅଧିକ ଗତିଶୀଳ ହେବ ବୋଲି କୁହାଯାଉଛି।