ପୋଖରୀରୁ ମିଳିଲା ୨ନିଖୋଜ ନାବାଳକଙ୍କ ମୃତଦେହ

ରାୟଗଡ଼ା: ସୋମବାରଠାରୁ ନିଖୋଜ ହୋଇଥିବା ୨ଜଣ ନିଖୋଜ ନାବାଳକଙ୍କର ମୃତଦେହ ମଙ୍ଗଳବାର ରାୟଗଡ଼ା ଜିଲ୍ଲାର ମାଟିକଣାର ଏକ ପୋଖରୀରୁ ଉଦ୍ଧାର କରାଯାଇଛି । ମୃତ ଦୁଇ ନାବାଳକ ସୁନୀଲ ହିମିରିକା ଓ ଆରେଶ ହିମିରିକା। ସୁନୀଲ ତୃତୀୟ ଶ୍ରେଣୀରେ ପଢ଼ୁଥିଲେ। ଆରେଶ ଦ୍ୱିତୀୟ ଶ୍ରେଣୀରେ ପଢୁଥିଲେ। ଏମାନେ ଗାଁର ଦୁଇଟି ଭିନ୍ନ ଭିନ୍ନ ପରିବାରର। ଏ ଦୁହେଁ ଗତକାଲି ସ୍କୁଲ୍‌ରୁ ଫେରିବା ପରେ ଘରେ ବ୍ୟାଗ୍ ରଖି ଖେଳିବାକୁ ପଳାଇଥିଲେ। ସନ୍ଧ୍ୟାରେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ତେବେ ସେମାନଙ୍କର ପତ୍ତା ମିଳି ନଥିଲା। ଆଜି ଉଭୟଙ୍କ ମୃତଦେହ ଗାଁ ପୋଖରୀରୁ ଉଦ୍ଧାର କରାଯାଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀମାନେ ସେମାନଙ୍କ ମୃତଦେହ ଉଦ୍ଧାର କରିଥିଲେ। ପୁଲିସ୍ ଏ ଘଟଣାର ତଦନ୍ତ କରୁଛି।