ଫେସବୁକ ପ୍ରେମକ ପାଇଁ ହତ୍ୟା କାରୀ ସାଜିଲା ପ୍ରେମିକା, ନିଜ ମାକୁ ଝିଅ କଲା ହତ୍ୟା

ଚେନ୍ନାଇ : ଯୈବନର ପାହାଚ ଚଢି ସାରିଥିଲା । ଏତିକିବେଳକୁ ଫେସବୁକ ଲାଇକରୁ ଆରମ୍ଭ ହେଲା ପରିଚୟ । ଚାଟିଙ୍ଗରୁ ହେଲା ଫ୍ରେଣ୍ଡସିପ,ପ୍ରେଣ୍ଡସିପରୁ  ପ୍ରେମ । ନିବିଡତା ଏତେ ସ୍ତକୁ ଯାିଥିଲାଯେ ନିଜର ମଣଇଷବି ପର ପରି ଲାଗିଲେ । ଏମିତିକି ନିଜ ଜନ୍ମ କଲା ମାକୁ ବି ପ୍ରେମକ ଠାରୁ ପର ବୋଲି ଭାବିଲା ଝିଅ । ନିଜ ଫେସବୁକ ପ୍ରେମିକର ପ୍ରେମରେ ଅନ୍ଧ ହୋଇ ନିଜ ୫୦ ବର୍ଷର ମାକୁ ହତ୍ୟା କଲା ୧୯ ବର୍ଷର ଝିଅ ।

ଏହି ଘଟଣାରେ ଝିଅ ଏସ୍‌ ଦେବପ୍ରିୟା ତାର ପ୍ରେମିକ ଏସ୍‌ ସୁରେଶ ଏବଂ ୧୬ ଓ ୧୭ ବର୍ଷର ଦୁଇଜଣ ନାବାଳକଙ୍କୁ ପୁଲିସ୍‌ ଗିରଫ କରିଛି। ଏସ୍‌ ଦେବପ୍ରିୟ ଅୱାଡି ନାମକ ଏକ ସ୍ଥନାରେ ବିକମ୍‌ ଦ୍ୱିତୀୟ ବର୍ଷରେ ପଢ଼ୁଛି।ଦେବପ୍ରିୟାର ମା’ ଭାନୁମତୀ ତାଙ୍କର ଏହି ଅନ୍ଧ ପ୍ରେମ ସମ୍ପର୍କକୁ ଦୃଢ଼ ବିରୋଧ କରୁଥିଲେ। ଫଳରେ ଏଥିରେ କ୍ରୋଧାନ୍ୱିତ ହୋଇ ସେ ଏପରି ହତ୍ୟାକାଣ୍ଡ ଘଟାଇଛି।

ପୁଲିସ୍‌ ସୂତ୍ରରୁ ଜଣାଯାଇଛି, ଗତ ବର୍ଷ ଦୁହେଁ ଫେସବୁକ୍‌ ସାଙ୍ଗ ହୋଇଥିଲେ। ବିକମ୍‌ ବଦଳରେ ସୁରେଶ ନିଜକୁ ଆଇଟି ପ୍ରଫେସନାଲ୍‌ ବୋଲି ଦର୍ଶାଇଥିଲା। କେବେ ଦେଖାହୋଇନଥିଲେ ମଧ୍ୟ ନିର୍ଦ୍ଧୁମ୍‌ ଚାଟିଂ ଓ ଭଏସ୍‌ କଲିଂ ଏହି ସମ୍ପର୍କକୁ ଅନ୍ୟ ଏକ ସ୍ତରକୁ ନେଇଯାଇଥିଲା। ଏପରିକି ସମୟ ଏମିତି ଆସିଥିଲା ମାଙ୍କୁ ନିଜ ପ୍ରେମ କାହାଣୀ ବଖାଣି ବସିଥିଲା ଝିଅ ଦେବପ୍ରିୟା। କିନ୍ତୁ ମା’ ଏପରି ଟେକ୍ନିକାଲ୍‌ ପ୍ରେମକୁ ବିଶ୍ୱାସରେ ନନେବାକୁ ଏବଂ ପାଠରେ ମନୋନିବେଶ କରିବାକୁ ଉପଦେଶ ଦେଇଥିଲେ।
ବାରମ୍ବାର ତାଗିଦ୍‌ ସତ୍ତ୍ୱେ ନଶୁଣିବାରୁ ଫୋନ୍‌ର ବ୍ୟବହାର ଉପରେ କଟକଣା ଲଗାଇଥିଲେ ମା, ଯାହାକି ଦେବପ୍ରିୟାଙ୍କୁ ରଗାଇବାରେ ସମର୍ଥ ହୋଇଥିଲା। କୌଣସିମତେ ଦେବପ୍ରିୟା ପ୍ରେମିକ ସୁରେଶକୁ ଫୋନ୍‌ କରି ମା’ଙ୍କ ହତ୍ୟା ପାଇଁ ସାହାଯ୍ୟ ମାଗିଥିଲେ। ସୁରେଶ ଏହି କାମରେ ଦେବପ୍ରିୟାକୁ ସାହାଯ୍ୟ କରିବାକୁ ୧୬ ଓ ୧୭ ବର୍ଷର ଦୁଇଜଣ ନାବାଳକଙ୍କୁ ପଠାଇଥିଲା।

ପ୍ରଥମେ ଦୁଇ ନାବାଳକ ନିଜକୁ ଦେବପ୍ରିୟାର ସାଙ୍ଗ ବୋଲି ଦର୍ଶାଇଥିଲେ ଏବଂ ଭାନୁମତୀ ଘରେ ଏକୁଟିଆ ଥିଲାବେଳେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଭାନୁମତୀ ଚିଲ୍ଲାଇବାରୁ ପଡ଼ୋଶୀ ଜାଣିଯାଥିଲେ ଏବଂ କୌଶଳକ୍ରମେ ଦୁଇ ନାବାଳକଙ୍କୁ କାବୁ କରିନେଇଥିଲେ। ସେମାନଙ୍କୁ ଜେରା କରିବାପରେ ହିଁ ସୁରେଶ ବାବଦରେ ଜଣାପଡ଼ିଥିଲା।
ଏଥିସହିତ ଜଣାପଡ଼ିଥିଲା ସୁରେଶ ଆଇଟି ପ୍ରଫେସନାଲ୍‌ ନୁହେଁ, ଆନ୍ଧ୍ରପ୍ରଦେଶର ଶ୍ରୀ ସହରରେ ଏକ କାରଖାନାରେ କାମ କରୁଥିଲା। କିନ୍ତୁ ଦେବପ୍ରିୟାକୁ ଫସାଇବାପାଇଁ ଏପରି ମିଛ କହିଥିଲା। ବର୍ତ୍ତମାନ ଉଭୟଙ୍କୁ କୋର୍ଟରେ ହାଜର କରାଯାଇସାରିଛି ଏବଂ ପୁଲିସ୍‌ ସେମାନଙ୍କୁ ରିମାଣ୍ଡରେ ନେଇଛି।

ପ୍ରେମିକାକୁ ବୁଲେଇବାକୁ ସାଙ୍ଗକୁ କାର ମାଗିଲା ସାଙ୍ଗ, ପ୍ରେମିକା ସହ ଶାରୀରିକ ସଂପର୍କ ପାଇଁ ସର୍ତ୍ତ ରଖିବାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ