ଝିଅ ବାହାଘର ଆଗରୁ ଜ୍ୱାଇଁ ସହ ଶାଶୁ ଫେରାର, ତେବେ ରେଳ ଧାରଣାରୁ ମିଳିଲା କେଉଁ ଦୁଇ ଶବ?

ମଧ୍ୟପ୍ରଦେଶ : ଝିଅ ବାହାଘର ଠିକ ହୋଇସାରିଥିଲା । ହେଲେ ଝିଅ ବାହାଘର ଆଗରୁ ( ବର ) ଜ୍ୱାଇଁ ସହ ଫେରାର ହେଲା ଶାଶୁ । ଏମିତି ଏକ ଖବର ଏବେ ମଧ୍ୟପ୍ରଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ଘଟଣଆ ଘଟିବା ପରେ ପରେ ଯାହା ହେଲା ତାକୁ ନେଇ ବି ସମଗ୍ର ଅଞ୍ଚଳରେ ଚାଞ୍ଚଳ୍ୟ ଖେଳିଯାଇଛି ।

ପୁରା ଘଟଣା ଥିଲା କିଛି ଏମିତି ।ଝିଅ ବିବାହ କରିବା ପୂର୍ବରୁ ଜ୍ୱାଇଁ ସହ ଶାଶୁ ଫେରାର ହୋଇଯିବା ପରେ କେହି କିଛି ଭାବିବା ପୂର୍ବରୁ ରେଳ ଧାରଣାରେ ଦୁହିଁଙ୍କ ଶବ ମିଳିବା ପରେ ଏ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ । ମହିଳାଙ୍କ ବୟସ ୪୦ବର୍ଷ। ବୁଧବାର ମହରାଜପୁର ଅଞ୍ଚଳରେ ରାତି ୮.୩୦ ପାଖାପାଖି ଦୁହିଁଙ୍କ ଶବ ମିଳିଥିଲା । ଘଟଣାର ଦୁଇ ଦିନ ପୂର୍ବରୁ ଦୁହିଁଙ୍କୁ ସେମାନଙ୍କ ପରିବାର ଲୋକ ଘରକୁ ଫେରାଇ ଆଣିଥିବା ବେଳେ ଦୁଇ ଦିନ ପରେ ସେମାନେ ପୁଣି ଘର ଛାଡ଼ି ଚାଲି ଯାଇଥିଲେ ।
ସୂଚନା ମୁତାବକ, ଝିଅର ବର ସହ ଘରୁ ଫେରାର ହେବା ପରେ ବରର ପରିବାର ଏବଂ କନ୍ୟାର ପରିବାର ଲୋକ ମିଶି ଦୁହିଁଙ୍କୁ ଖୋଜିଥିଲେ । କନ୍ୟାର ପରିବାର ଲୋକଙ୍କୁ ଦୁହିଁଙ୍କ ଖବର ମିଳିବା ପରେ ସେମାନେ ବରକୁ ତାଙ୍କ ଘରେ ଛାଡ଼ିବା ସହ ହତ୍ୟା ଧମକ ଦେଇଥିଲେ ବୋଲି ବରର ପରିବାର ଲୋକେ ପୁଲିସକୁ ଜଣାଇଛନ୍ତି । ଅନ୍ୟ ପକ୍ଷରେ ଏହି ଘଟଣା ପଛରେ କାହାର ହାତ ରହିଛି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ତଦନ୍ତ ଚଳାଇଛି ପୁଲିସ ।