ପ୍ରେମରେ ବାଧକ ସାଜିବାରୁ ମିଛ ଆରୋପ ଲଗାଇ ବାପାକୁ ହତ୍ୟା ଲାଗି ସୁପାରି ଦେଲା ଝିଅ,ତେବେ କଣ କଲା ମା?

ଲୁଧିଆନା : ପ୍ରେମ ଆଗରେ ଅନ୍ଧ ପାଲଟି ଯାଏ ମଣିଷ । ଏମିତିକି ନିଜ ହିତାହିତ ଗ୍ୟାଂନ ହରାଇ ବସେ । କିଏ ପର କିଏ ନିଜର ତାହା ବି ବୁଝିପାରେନା । ଏମିତିକି ରକ୍ତ ସଂପର୍କ ନିଜ ଜନ୍ମ କଲା ବାପା ମାଙ୍କୁ ବି ଶତ୍ରୁ ବୋଲି ଭାବେ । ଏମିତି ଏକ ଘଟଣା ଏବେ ନଜରକୁ ଆସିଛି । ପ୍ରେମ ସଂପର୍କରେ ବାଧକ ସାଜିବାରୁ ଝିଅ ନିଜ ବାପାକୁ ସୁପାରି କିଲର ଦ୍ୱାରା ହତ୍ୟା କରାଇବା ଅଭିଯୋଗ ହୋଇଛି । କେବଳ ହତ୍ୟା କରିନି ବାପା ନାଁରେ ପାପ ସଂପର୍କର ଅଭିଯୋଗ ଆଣିବାକୁ ବି ପଛାଇନି । ଏମିତି ଘଟଣା ଘଟିଛି ଲୁଧିଆନାରେ । ଆଉ ସତ ବୁଝି ନପାରି ମା ବି ତା ଝିଅର ସାଥ ଦେଇଛି । ଏବେ ସତ ଜାଣିବାବେଳକୁ ମାର ପାଦ ଦଳଉ ଯେମିତି ଖିସାଇଛି ମାଟି ।
ଲୁଧିଆନାର ଏକ ପରିବାରେ ହଟାତ କିଛି ଲୋକ ପଶି କୁଲଦୀପକୁ ହତ୍ୟା କରିଥିଲେ । ଘରୁ ଚୋରୀ କରିବା ଉଦେଶ୍ୟରେ ଚୋର ପସି ହତ୍ୟା କରିଥିବା ପୋଲିସକୁ ଖବର ଦିଆଯାଇଥିଲା । ହେଲେ ପୋଲିସ ତଦନ୍ତ କରିବାରୁ ସତ ପଦାକୁ ଆସିଲା । ଆଉ ପ୍ରକୃତ ସତ ଖାଲି ପୋଲିସକୁ ଆଶ୍ଚର୍ଯ୍ୟ କରି ନଥିଲା ପୁରା ଅଞ୍ଚଳ ବାସୀଙ୍କୁ ବି ଆଶ୍ଚଯ୍ୟ କରିଥିଲା । ପୋଲିସ ହତ୍ୟାର ଶିକାର ହୋଇଥିବା କୁଲଦୀପ,ତାର ପତ୍ନୀ ଗୀତା ଓ ଝିଅ ସୁଗନ୍ଧା ଏବଂ ଝିଅର ପ୍ରେମିକ ତରୁଣକୁ ଗିରଫ କରିଥିଲା ।
ପୋଲିସ ସୂଚନା ଅନୁସାରେ ଝିଅ ସୁଗନ୍ଦା ସତ ମାନିଥିଲା । ତାର ବାପା ତିନି ମାସ ତଳେ ତରୁଣଙ୍କ ସହ ଥିବା ପ୍ରେମ ସଂପର୍କ ଜାଣିନେଇଥିଲେ । ଆଉ ସେବେଠୁ ସେ ପ୍ରେମିକ ତରୁଣଙ୍କ ସହ ତାର ସଂପର୍କକୁ ବିରୋଧ କରୁଥିଲେ । ତାହା ସହ ମିଳାମିଶା କରିବାକୁ ବାରଣ କରିଥିଲେ । ଏମିତି କଥା ହୋଇ ଧରାପଡିବାରୁ ତାର ଫୋନ ଭାଙ୍ଗି ଦେଇଥିଲେ । ଆଉ ନିଜ ପ୍ରେମିକକୁ ପାଇବା ପାଇଁ ରାସ୍ତାରୁ ବାପାଙ୍କୁ ହଟାଇବାକୁ ସେ ( ଝିଅ ସୁଗନ୍ଧା) ଯୋଜନା କରିଥିଲା । ଏମିକି ବାପା ନାଁରେ ଆଣିଥିଲା ପାପ ସଂପର୍କର ଅଭିଯୋଗ । ମାଙ୍କୁ ମିଛରେ କହିଥିଲା ବାପା ତା ସହ ଯୌନ ଶୋଷଣ କରୁଛନ୍ତି । ଆଉ ଏହା ଜାଣଇବା ପରେ ଏପରି ବାପାଙ୍କୁ ହତ୍ୟା କରିବା ଯୋଜନାରେ ମା ସାମିଲ ହୋଇଥିଲେ । ଆଉ ଉଭୟ ମିଶି ବାପାଙ୍କୁ ହତ୍ୟା କରିବାକୁ ତରୁଣଙ୍କ ସହାୟତାରେ ଜଣେ ସୁପାରି କିଲରକୁ ୨.୫ ( ଅଢେଇ ଲକ୍ଷ ଟଙ୍କା ) ସୁପାରି ଦେଇଥିଲୁ । ଏକଥା ପୋଲିସ ଆଗରେ ସ୍ୱିକାର କରିଛି ନିଜେ ଝିଅ ସୁଗନ୍ଧା । ଏହା ପରେ ସତ ଜାଣି ନିଜ ହାତରେ ନିଜ ମଥାରୁ ସିନ୍ଦୁର ପୋଛିଥିବା ମା ମୁଣଅଡରେ ଯେମିତି ସାର ସଂସାର ଛିଡି ପଡିଛି ।