ଭାଙ୍ଗିଲା କଲେଜ ପରିଚାଳନା କମିଟି, ଉପଜିଲ୍ଲାପାଳ ହେବେ କମିଟି ସଭାପତି

ଭୁବନେଶ୍ବର: ଭାଙ୍ଗିଲା ସମସ୍ତ ଡିଗ୍ରୀ କଲେଜର ପରିଚାଳନା କମିଟି । କମିଟିରୁ ବିଧାୟକଙ୍କୁ ହଟାଇ ଦିଆଯାଇଛି । ଓଡିଶା ଶିକ୍ଷା ଆଇନ ୧୯୬୯ ବଳରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି । ତେବେ ସ୍ବୟଂଶାସିତ କଲେଜ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ଦ୍ବାରା ପରିଚାଳିତ କଲେଜ କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ ।

ପରିଚାଳନା କମିଟିରେ ଜିଲ୍ଲା ମୁଖ୍ୟାଳୟ କଲେଜ କ୍ଷେତ୍ରରେ ଏଡିଏମ ରହିବେ ସଭାପତି । ଯେଉଁଠି ଏକରୁ ଅଧିକ ଏଡିଏମ ଥିବେ ସେ କ୍ଷେତ୍ରରେ ଜିଲ୍ଲାପାଳ ଯାହାକୁ ବାଛିବେ ସେ ହିଁ ରହିବେ । ତେବେ ଜିଲ୍ଲା ମୁଖ୍ୟାଳୟ ବାହାରେ ଥିବା କଲେଜରେ ସବକଲେକ୍ଟର ରହିବେ କମିଟିର ସଭାପତି । ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏମାନେ ଦାୟିତ୍ଵରେ ରହିବେ ବୋଲି ଉଚ୍ଚଶିକ୍ଷା ବିଭାଗ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି ।