ଏଥର ହେବନି ଦଣ୍ଡଯାତ୍ରା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପ୍ରତିବର୍ଷ ନିଷ୍ଠା ଓ ଭକ୍ତିର ସହ ପାଳନ କରନ୍ତି ଦଣ୍ଡଯାତ୍ରା । ଯାହା ଚଳିତବର୍ଷ କୋରୋନା ଯୋଗୁଁ ଏହାକୁ ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲା ପ୍ରଶାସନର ନିୟମକୁ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି ।

କୋରୋନା ସଂକ୍ରମଣ ଆଶଙ୍କାକୁ ଆଖି ଆଗରେ ରଖି ଚଳିତ ବର୍ଷ ଦଣ୍ଡଯାତ୍ରା ଉପରେ ଜିଲ୍ଲା ପ୍ରଶାସନ ରୋକ୍ ଲଗାଇଛି। ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆ ଯାଇଥିଲା। ତଥାପି କିଛି ଅଂଚଳରେ କଟକଣା ନ ମାନି ଯାତ୍ରା ବାହାର କରିଥିବା ଦଣ୍ଡନାଟ ଦଳ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇଛି। ହେଲେ ଦଣ୍ଡଯାତ୍ରା ବନ୍ଦ ଯୋଗୁଁ ଗଞ୍ଜାମ ଜିଲ୍ଲାର ଶତାଧିକ କଳାକାର ଓ ଚିତ୍ରାଳୟ ସେମାନଙ୍କ ରୋଜଗାର ହରାଇଛନ୍ତି। ଆଉ ଯାତ୍ରା କମିଟି ସଦସ୍ୟ ମାନେ ଲକ୍ଷାଧିକ ଟଙ୍କାର କ୍ଷତି ମୁଣ୍ଡାଇଛନ୍ତି। ଚଳିତବର୍ଷ ନାଟକ ଅଭ୍ୟାସ ସରିଥିବା ସହ କମିଟି ପକ୍ଷରୁ ଚିତ୍ରାଳୟଠାରୁ ଆରମ୍ଭ କରି ଓ ଜିଲ୍ଲା ବାହାର ସଙ୍ଗୀତ ଗ୍ରୁପ୍ ପର୍ଯ୍ୟନ୍ତ ସମସ୍ତଙ୍କୁ ଅଗ୍ରିମ ଟଙ୍କା ଦିଆ ଯାଇଥିଲା। ଏହି ଟଙ୍କା କେମିତି ଫେରି ପାଇବେ ଏଥିପାଇଁ ଚିନ୍ତା ଘାରିଛି।