ଦାମଙ୍କ ଭବିଷ୍ୟବାଣୀ: ନୀତି ଆଦର୍ଶ ନ ଥିବା ନବୀନ କଂଗ୍ରେସକୁ ପସନ୍ଦ କରିପାରନ୍ତି

ଭୁବନେଶ୍ୱର: ଓଡ଼ିଶାରେ ସମସ୍ତ ନିର୍ବାଚନରେ ଭବିଷ୍ୟବାଣୀ କରୁଥିବା ବିଜେପି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ନିଜ ଆସନରେ ଆକଳନ କରିବାରେ ବିଫଳ ହୋଇଛନ୍ତି । ନିଜ ଆସନ ତିର୍ତ୍ତୋଲର ସ୍ଥିତି ତାଙ୍କୁ କେମିତି କେମିତି ଲାଗୁଛି ବୋଲି ସେ...

ଭୁବନେଶ୍ୱର: ଓଡ଼ିଶାରେ ସମସ୍ତ ନିର୍ବାଚନରେ ଭବିଷ୍ୟବାଣୀ କରୁଥିବା ବିଜେପି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ନିଜ ଆସନରେ ଆକଳନ କରିବାରେ ବିଫଳ ହୋଇଛନ୍ତି । ନିଜ ଆସନ ତିର୍ତ୍ତୋଲର ସ୍ଥିତି ତାଙ୍କୁ କେମିତି କେମିତି ଲାଗୁଛି ବୋଲି ସେ କହିଛନ୍ତି । କିନ୍ତୁ ନୀତି ଆଦର୍ଶ ନଥିବା ନବୀନ କଂଗ୍ରେସକୁ ପସନ୍ଦ କରିପାରନ୍ତି ବୋଲି ଦାମ କହିଛନ୍ତି ।

ଦାମଙ୍କ ଆକଳନ ଅନୁସାରେ ରାଜ୍ୟରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିବ ନାହିଁ । ଓଡ଼ିଶାରେ ଏଥର ଝୁଲା ବିଧାନସଭା ହେବ । ଶାସନରେ ଥିବା ବିଜେଡି ୬୦ ଆସନରୁ ଅଧିକ ପାଇବ କିନ୍ତୁ ୭୩ ଛୁଇଁ ପାରିବ ନାହିଁ । ସେହିପରି ବିଜେପି ୫୦ରୁ ୫୫ଟି ଆସନ ହାତେଇବ । କଂଗ୍ରେସ ମଧ୍ୟ ୨୫ରୁ ୩୦ଟି ଆସନ ପାଇବ । ଏଭଳି ସ୍ଥିତିରେ ଓଡ଼ିଶାରେ ମିଳିତ ସରକାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀଙ୍କ ସମାଲୋଚନା କରି କହିଛନ୍ତି ଯେ ନୀତି ଆଦର୍ଶ ନଥିବା ନବୀନ କଂଗ୍ରେସକୁ ପସନ୍ଦ କରିପାରନ୍ତି । ତେବେ ଲଢ଼ୁଥିବା ତିର୍ତ୍ତୋଲ ଆସନର ଫଳାଫଳକୁ ନେଇ ସନ୍ଦେହରେ ଅଛନ୍ତି ଦାମ  । ଏଠାରେ ତାଙ୍କୁ କେମିତି କେମିତି ଅନୁଭବ ହେଉଥିବା କହିଛନ୍ତି । କିନ୍ତୁ ସମର୍ଥକମାନେ କହୁଛନ୍ତି ୪ରୁ ୫ ହଜାର ଭୋଟ ବ୍ୟବଧାନରେ ଜିତିବେ ବୋଲି ଦାମ ରାଉତ କହିଛନ୍ତି । ତେବେ ନିଜ ପୁଅ ସନ୍ଦିପ ରାଉତରାୟ ଲଢ଼ୁଥିବା ପାରାଦ୍ୱୀପରେ ବିଜେଡ଼ି ଓ ତିର୍ତ୍ତୋଲରେ ବିଜେପି ଜିତିବା ନେଇ ଦାମ ଅନୁମାନ ଲଗାଇଛନ୍ତି । 

ସେହିପରି ଲୋକସଭା କ୍ଷେତ୍ରରେ ଦାମଙ୍କ ଗଣିତ ଅନୁସାରେ ଗତ ନିର୍ବାଚନରେ ମାତ୍ର ଗୋଟିଏ ଆସନରେ ଜିତିଥିବା ବିଜେପି ୧୩ରୁ ୧୪ଟି ଆସନ ହାତେଇବ ।

Spread the love
Categories
ପଲିଟିକ୍ସ

RELATED BY