ସମବାୟ ବିଷ ଓଗାଳିଲେ ଦାମ, ସମବାୟ ବ୍ୟାଙ୍କରେ ୮ ଶହ କୋଟିର ଦୁର୍ନୀତିର ଆଣିଲେ ଆରୋପ

ଭୁବନେଶ୍ବର : ଚାରା ଏବଂ ଓମଫେଡ୍ ପରେ ଏବେ ସମବାୟ ଦୁର୍ନୀତି । ପୁଣି ଓଗାଳିଛନ୍ତି ଦାମ ରାଉତ । ରାଜ୍ୟ ସମବାୟ ବ୍ୟାଙ୍କରେ ୭ଶହ କେ।ଟି ଟଙ୍କାର ଦୁର୍ନୀତି ହେ।ଇଥିବା ଅଭିଯେ।ଗ ଆଣିଛନ୍ତି ପୂର୍ବତନ ମନ୍ତ୍ରୀ ଡକ୍ଟର ଦାମେ।ଦର ରାଉତ । କୃଷି ଋଣ ଯେ।ଗାଣରରେ ଏହି ଦୁର୍ନୀତି ହେ।ଇଥିବା ଅଭିଯେ।ଗ ଆଣିଛନ୍ତି । ମନ୍ତ୍ରୀ ଥିବାବେଳେ ସମବାୟ ଆଇନର ଧାରା ୩୬୫ ଅନୁସାରେ ତଦନ୍ତ ନିର୍ଦେଶ ଦେଇଥିଲେ । ହେଲେ ଏବେ ତଦନ୍ତ ରିପେ।ର୍ଟ କୁଆଡେ ଗଲା ବେ।ଲି ପ୍ରଶ୍ନ ଉଠାଇଛନ୍ତି ଦାମ ।  ଦୁର୍ନୀତିରେ ଏମ୍ ଡି ତୁଷାର ପଣ୍ଡାଙ୍କ ହାତ ଥିବା ଅଭିଯେ।ଗ କରିଛନ୍ତି ଦାମ । ସମବାୟ ବ୍ୟାଙ୍କରେ ଋଣ ଦୁର୍ନୀତିରେ ଯଗେଶ୍ବର ବାବୁ ଜେଲ ଯାଇଥିଲେ । ବହୁ କର୍ମଚାରୀ ମଧ୍ୟ ନିଲମ୍ବିତ ହେ।ଇଥିଲେ । ହେଲେ ତୁଷାର ପଣ୍ଡାଙ୍କୁ ଘଣ୍ଟ ଘେ।ଡାଯାଇଛି । ପାଖାପାଖି ୩୭ କେ।ଟି ଟଙ୍କାର ଘେ।ଟାଲା ନେଇ ମଧ୍ୟ ଅଭିଯେ।ଗ ଆଣିଲେ ଦ।ମ । ସେପଟେ ଦାମଙ୍କ ଆରେ।ପଙ୍କ ଜବାବ ରଖିଛନ୍ତି ସମବାୟ ମନ୍ତ୍ରୀ ସୂର୍ଯ୍ୟନାରୟଣ ପାତ୍ର । ୨୭ଶହ ସମବାୟ ସଂସ୍ଥା କାମ କରୁଛି । କେଉଁଠି ଦୁର୍ନୀତି ହେଉଛି ସେନେଇ ନିର୍ଦ୍ଦିଷ୍ଟ ତଥ୍ୟ ରଖନ୍ତୁ ବେ।ଲି ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟ ନାରୟଣ ପାତ୍ର କହିଛନ୍ତି ।