ଭୁବନେଶ୍ବର: ରାଜନୀତିରୁ ଖୁବଶିଘ୍ର ସନ୍ୟାସ ନେବେ ଦାମ ବାବୁ। ଆଉ ର୍ନବାଚନ ଲଢ଼ିବେନି କି ସକ୍ରିୟ ରାଜନୀତିରେରହିବେନି। । ସକ୍ରିୟ ରାଜନୀତିରେ ରହିଲେ ବି ତାଙ୍କୁ ପାଖକୁ ଲୋକ ଆସୁନାହାନ୍ତିକି କର୍ମୀ ବି ପାଖ ମାଡୁନାହାନ୍ତି।ଏବେ ଯେଉଁ ସରକାରୀ ଘରେ ଦାମବାବୁଙ୍କୁ ଲୋକେ ଘେରିବସୁଥିଲେ ସେଠି ଏବେ ନିସଃଙ୍ଗ ଜୀବନ ବିତାଉଛନ୍ତି ଦାମ ବାବୁ। ଏପଟେ ବିଜେପି ପାର୍ଟି ବି ପଚାରୁନି। ତେଣୁ ଦାମ ବାବୁ ଖୁବ ଶିଘ୍ର ସନ୍ୟାସ ପାଇଁ ନିଷ୍ପତି ନେବେଟ୍ଟ ରାଜନୀତିରୁ ସନ୍ୟାସ ନେବେ ଦାମ ବାବୁ। ତଣ୍ତ ପାଇଁ ବିଖ୍ୟାତ ଡକ୍ଟର ଡାମଦୋର ରାଉତ ସକ୍ରିୟ ରାଜନୀତିରୁ ଖୁବ ଶିଘ୍ର ନିଜର ବେଡିଂବିସ୍ତର ବାନ୍ଧିବେ। ବିଜେଡିରୁ ବିତାଡିତ ହେବା ପରେ ଦାମ ବାବୁ ବିଜେପି ଯୋଗ ଦେଇଥିଲେ। ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ସେ ଯେଉଁ ସକଳ୍ପ ନେଇଥିଲେ ପୂରଣ କରିପାରିଲେ ନାହିଁ। ବରଂ ନିଜେ ଗାଦିଚ୍ୟୁତ ହୋଇଗଲେ। ଯେଉଁ ଲୋକଙ୍କୁ ସେ ବଳ ବୋଲି ଭାବୁଥିଲେ ସେହି ଲୋକ ମାନେ ତାଙ୍କୁ ଉପାଡି ଫିଙ୍ଗଦେଲେ। ହାରିଗଲା ପରେ ଏବେ ଦାମ ବାବୁଙ୍କ ପାଖରେ କେହି ନାହାନ୍ତି । ସରକାରୀ ବାସ ଭବନରେ ଏବେ ନିସଃଙ୍ଗ ଜୀବନ ବିତାଉଛନ୍ତି । ନା ତାଙ୍କ ପାଖକୁ ଲୋକ ଆସୁଛନ୍ତି । ଦିନେ ଯେଉଁ ଘରେ ଲୋକ ଭିଡ ଜମୁଥିଲା ସେଠାରେ ଆଜି ସେଠି ଖାଁ ଖାଁ ଯେଉଁଥିପାଇଁ ଦାମ ବାବା ରାଜନୀତିରୁ ସନ୍ୟାସ ନେବାକୁ ଇଛା ପ୍ରକାଶ କରିଛନ୍ତି।
କେବଳ ଏହି ଗୋଟିଏ କାରଣ ନୁହେଁ ଦାମ ବାବୁ ଭାବିଥିଲେ ବିଜେପି ଯୋଗଦେଲେ ତାଙ୍କ ଭଳିଆ ତୁଙ୍ଗ, ଅଭିଜ୍ଞ ଓ ବରିଷ୍ଠ ନେତାଙ୍କୁ ବିଜେପି ପ୍ରାଧାନ୍ୟ ଦେବ। ହେଲେ ସାଧରଣ ନିର୍ବାଚନ ପରେ ବିଜେପି ବି ତାଙ୍କୁ ଭୁଲି ଯାଇଛି। କାଭା କୁଚିତ ତାଙ୍କୁ କାର୍ୟ୍ୟକ୍ରମ ଡାକୁଛି। ହେଲେ ସାଙ୍ଗଠାନିକ କାର୍ୟ୍ୟ ପାଇଁ ଦାମ ବାବୁ ଅଲୋଡା ହୋଇଯାଇଛନ୍ତି। ବିଜେପି ନେତାଙ୍କ ଏଭଳି ଆଚରଣ ତାଙ୍କୁ କ୍ଷୁବ୍ଧ କରିଛି। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀଙ୍କ ୩୭୦ ଧାରା ଉପରେ ଥିବା ଆଲୋଚନା ଚକ୍ରକୁ ଡକାଯାଇଥିଲା ହେଲେ ଗତ କାଲି ଥିବା କାର୍ୟ୍ୟକାରିଣୀ ବୈଠକକୁ ତାଙ୍କୁ ଡକାଯାଇନଥିଲା। ସେ ହଠାତ ବୁଲିବାକୁ ପାଟି ଅଫିସକୁ ଯାଇଥିବା ବେଳେ ସେତେବେଳେ ଜାଣିଲେ କାର୍ୟ୍ୟକାରିଣୀ ବୈଠକ ଅଛି। ତାଙ୍କୁ ଡାକି ବସାଇଲେ। ହେଲେ ତାପରେ ବିଜେପୁର ବୈଠକ ବସିଲା ହେଲେ ଡାକିଲେନି। ଯାହା ଦାମ ବାବୁଙ୍କୁ ବାଧିଥିଲା। ଯେହେତୁ ତାଙ୍କ ପାର୍ଟି ତାଙ୍କୁ ଅଲୋଡା ଭାବୁଛି ସେଥିପାଇଁ ଏଭଳି ଅବସ୍ଥାରେ ବସିବା ଅପେକ୍ଷା ସନ୍ୟାସ ନେବା ଭଲ ବୋଲି ଚିନ୍ତା କରୁଛନ୍ତି ଦାମ ବାବୁ। ତୁଣ୍ତ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ଦାମ ବାବୁ ଏବେ ନିସଃଙ୍ଗ ଜୀବନ ବିତାଉଛନ୍ତି। ନାଁ ତାଙ୍କ ପାଖରେ ର୍କମୀ ଅଛନ୍ତି ନା ଲୋକ। ବିଜେଡି ପାର୍ଟିରୁ ବାହାରିବା ପରେ ଦାମ ବାବୁ ଆକ୍ଟିଭ ଥିଲେ ବି କେହି ପାଚାରୁ ନାହାନ୍ତି। ଏବେ ସକ୍ରିୟ ରାଜନୀତି ସନ୍ୟାସ ନେବେ। ଯଦି କେହି ପରାର୍ମଶ ମାଗେ ତାହେଲେ ଦେବେ।