ଡକାୟତଙ୍କୁ ଛେଚିଲେ ଗାଁ ଲୋକେ

ଦଶପଲ୍ଲା : ମହଙ୍ଗା ପଡିଲା ଡକାୟତି । ୨ ଡକାୟତଙ୍କୁ ଉତ୍ତମ ମଧ୍ୟମ ଛେଚା ପରେ ପୋଲିସରେ ଜିମା ଦେଲେ ଗାଁ ଲୋକେ । ଗତକାଲି ରାତିରେ ନୟାଗଡ ଦଶପଲ୍ଲା ଥାନା ପଙ୍କାଳସାହି ନିକଟରେ ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କୁ ବନ୍ଧୁକ ଦେଖାଇ ମାଡ ମାରିବା ସହ ଲୁଟ କରିଥିଲେ ୪ ଦୁର୍ବୃତ୍ତ। ଡ୍ରାଇଭରଙ୍କଠୁ ୩୭୦୦ ଟଙ୍କା ଲୁଟି ନେଇଥିଲେ । ଡ୍ରାଇଭର ଜଣକ ଗାଡିରେ ଖାଲମଡାରୁ ଚିପ୍ସ ଲୋଡ୍ କରି ଆସୁଥିବାବଳେ ଏହି ଘଟଣା ଘଟିଥିଲା । ଗାଁ ଲୋକେ ଖବର ପାଇ ଡକାୟତଙ୍କ ପିଛା କରିଥିଲେ । ଗଁ। ଠାରୁ କିଛି ଦୁରରେ ୪ ଜଣଙ୍କ ମଧ୍ୟରୁ୨ ଜଣଙ୍କୁ ଗ୍ରାମବାସୀ ଧରିଥିଲେ। ଅନ୍ୟ ୨ଜଣ ଖସି ପଳାଇଥିଲେ । ଗାଁ ଲୋକ ୨ଜଣଙ୍କୁ ଦଉଡିରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । ପରେ ଖବର ପାଇ ଦଶପଲ୍ଲା ପୋଲିସ ୨ ଜଣଙ୍କୁ ଆଣି ଥାନାରେ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି । ଅଟକ ୨ଜଣ ଦଶପଲ୍ଲା ଅଞ୍ଚଳର ବୋଲି ଜଣାପଡିଛି ।