ପ୍ରତିଭା ପୂଜନ ଓ ସମ୍ମାନର ମହାପର୍ବ: ୨ୟ ଦଧୀଚି ସମ୍ମାନ ୨୦୧୯

ଭୁବନେଶ୍ୱର: ୦୩-୦୯-୨୦୧୯ରିଖ ମଙ୍ଗଳବାର ଭୁବନେଶ୍ୱରସ୍ଥିତ ହୋଟେଲ ସ୍ୱସ୍ତି ପ୍ରିମିୟମ୍ ଠାରେ ଓଡ଼ିଶାର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଦଧୀଚି ଏଜୁକେସନାଲ୍ ଟ୍ରଷ୍ଟ ଆନୁକୁଲ୍ୟରେ ତଥା ଅଗ୍ରଣୀ ଇଭେଣ୍ଟ ମ୍ୟାନେଜମେଣ୍ଟ୍ ପ୍ରତିଷ୍ଠାନ ହ୍ୱାଇଟ୍ କାନଭାସ ସହଯୋଗରେ ଲୋକପ୍ରିୟ ପ୍ରତିଭା ପୂଜନ ଓ ସମ୍ମାନ ମହାପର୍ବ ୨ୟ ଦଧୀଚି ପ୍ରତିଭା ସମ୍ମାନ- ୨୦୧୯ ଅନୁଷ୍ଠିତ ହୋଇଯାଇଛି । ଏହି ନିଆରା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥଲେ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଂଜନ ଦାଶ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ । ମୁଖ୍ୟବକ୍ତାର ଆସନ ଅଳଂକୃତ କରିଥିଲେ ଲୋକସେବକ ମଣ୍ଡଳର ସମ୍ପାଦକ ଶ୍ରୀଯୁକ୍ତ ନିରଞ୍ଜନ ରଥ । ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ବି.ପିି.ୟୁ.ଟିର ଉପକୂଳପତି ଡକ୍ଟର ଚିତ୍ତରଞ୍ଜନ ତ୍ରିପାଠୀ, ପ୍ରମେୟ ଗୃପ୍ର ସମ୍ପାଦକ ଶ୍ରୀଯୁକ୍ତ ଗୋପାଳକୃଷ୍ଣ ମହାପାତ୍ର, ଯାଜପୁରର ଜିଲ୍ଲାପାଳ ଶ୍ରୀଯୁକ୍ତ ରଂଜନ କୁମାର ଦାଶ ଓ ଗୋବର୍ଦ୍ଧନ ମଠ, ପୁରୀ ଆଦିତ୍ୟ ବାହିନୀର ମହାସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର । ଦଧୀଚି ଏଡୁକେସନାଲ ଟ୍ରଷ୍ଟର ଅଧ୍ୟକ୍ଷ ମନୋଜ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମସ୍ତ ଅଥିତିମାନେ ପ୍ରକାଶ କରିଥିଲେ ଭାରତୀୟ ପରମ୍ପରାରେ ପ୍ରତିଭା ପୂଜନ ଓ ପ୍ରତିଭା ସମ୍ମାନ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ।

ଏହି ପ୍ରତିଭାମାନେ ହିଁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ପିଢୀ ମଧ୍ୟରେ ଯୋଗସୂତ୍ର ରକ୍ଷାକରି ସମାଜକୁ ନୂଆ ଦିଗ୍ଦର୍ଶନ ଦେଇଥାନ୍ତି । ବନ୍ଦେ ଉକ୍ରଳ ଜନନୀ ସଂଗୀତ ଗାନରୁ ଆରମ୍ବ ହୋଇଥିଲା କାର୍ଯ୍ୟକ୍ରମ । ପରେ ପରେ କର୍କଟ ରୋଗରେ ପିଡୀତ ଶିଶୁମାନଙ୍କୁ ଦଧୀଚି ଗ୍ରୁପର ରିହେଡ ଉଇଙ୍ଗ ପକ୍ଷରୁ ୩୦,୦୦୦ ହଜାର ଅର୍ଥରାଶୀ ପ୍ରଦାନ କରାଯାଇଥିଲା । ଏହି ସମ୍ମାନ ପର୍ବରେ ଓଡ଼ିଶାର ଦଶଜଣ ବରିଷ୍ଠ ସାଧକ ମାନଙ୍କୁ ସମ୍ମାନୀତ କରାଯାଇଥିଲା ବେଳେ ଜଣେ କୃତୀ ବିଦ୍ୟାର୍ଥୀକୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।ବିଶିଷ୍ଟ ଶିକ୍ଷାବିତ୍ ତଥା କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କୁ ଦଧୀଚି ଶିକ୍ଷା ଜ୍ୟୋତି ସମ୍ମାନ, ଓଡ଼ିଶ।।ର ଅଗ୍ରଣୀ ଦୈନିକ ଖବର କାଗଜ ସମାଜକୁ ଦଧୀଚି ଆଦର୍ଶ ଜ୍ୟୋତି ସମ୍ବାନ, ପଦ୍ମଶ୍ରୀ ଦୈତ୍ୟାରି ନାୟକଙ୍କୁ ଦଧୀଚି ସେବା ଜ୍ୟୋତି ସମ୍ମାନ, ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଦଧୀଚି କୃଷି ଜ୍ୟୋତି ସମ୍ମାନ, ରୁଚିର ପ୍ରତିଷ୍ଠାତା ତଥା ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ଡକ୍ଟର ଶରତ କୁମାର ସାହୁଙ୍କୂୁ ଦଧୀଚି ଶିଳ୍ପ ଜ୍ୟୋତି ସମ୍ମାନ, ଆ.ଟି.ଆରର ନିର୍ଦ୍ଦେଶକ ତଥା ବିଶିଷ୍ଟ ବୈଜ୍ଞାନିକ ଡ଼. ବିନୟ କୁମାର ଦାସଙ୍କୁ ଦଧୀଚି ବିଜ୍ଞାନ ଜ୍ୟୋତି ସମ୍ମାନ, ବିଶିଷ୍ଟ ଚିକିତ୍ସାବିତ ଡକ୍ଟର ଶୁକଦେବ ନାୟକଙ୍କୁ ଦଧୀଚି ଚିକିତ୍ସା ଜ୍ୟୋତି ସମ୍ମାନ, ବିଶିଷ୍ଟ ଲେଖକ ଶ୍ରୀଯୁକ୍ତ ଅସିତ୍ ମହାନ୍ତିଙ୍କୁ ଦଧୀଚି nସାହିତ୍ୟ ଜ୍ୟୋତି ସମ୍ମାନ, ବିଶିଷ୍ଟ ସାମ୍ବାଦିକ ଦୀପକ କୁମାର ରଥଙ୍କୁ ଦଧୀଚି ସାମ୍ବାଦିକ ସମ୍ମାନ, ଭାରତୀୟ ଆର୍ମିର ପୂର୍ବତନ ଅଧିକାରୀ ଭାଗବତ୍ ସାହୁଙ୍କୁ ଦଧୀଚି ସେବା ଜ୍ୟୋତି ସମ୍ମାନ, ଏବଂ ଦଧୀଚିର ଫାର୍ମାସୀ ବିଭାଗର ଛାତ୍ର ବିଶ୍ୱବିଜୟୀ ସ୍ୱାଇଁଙ୍କୁ ଦଧୀଚି ଶିକ୍ଷା ଜ୍ୟୋତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର ପ୍ରତିଷ୍ଠିତ ନୃତ୍ୟଶିଳ୍ପୀ କମଲେଶ ପଟେଲ୍, ନୃତ୍ୟ ନୈବେଦ୍ୟ ଓ ଫେଟ୍ ଫାଇଟର୍ସ ଗ୍ରୁପ ବିଭିନ୍ନ ଦେଶାତ୍ମବୋଧ ନୃତ୍ୟ ପ୍ରଦର୍ଶନ କରିଥିଲେ । ଦଧୀଚି ଗ୍ରୁପ୍ର ମ୍ୟାନେଜିଙ୍ଗ ଟ୍ରଷ୍ଟି ବବିତା ଦାଶ ଧନ୍ୟବାଦ ଦେଇଥିବା ବେଳେ ଉପସ୍ଥାପନା କରିଥିଲେ ଉଲ୍ଲାସ ଚନ୍ଦ୍ର ବେହୁରା ଓ ସେଫାଳି ଉଦ୍ଗାତା ।

କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଦଧୀଚି ଗ୍ରୁପର ନିର୍ଦ୍ଦେଶକ ସୀମାଞ୍ଚଳ ପଣ୍ଡା,ପ୍ରଭାତ କୁମାର ପାଢୀ,ବାସୁଦେବ ବିଶ୍ୱାଳ, ଡ଼ ରଜତ କୁମାର କର, ରବିନ୍ଦ୍ର କୁମାର ଦାସ, ଦେବେନ୍ଦ୍ର ଭଟ୍ଟ । ହ୍ୱାଇଟ କାନଭାସର ନିର୍ଦ୍ଦେଶକ ଚିଣ୍ଟୁ ମିଶ୍ର, ସୈାମ୍ୟଜିତ ପରିଡ଼ା, ଜ୍ଞାନରଂଜନ ରାୟ, ଅମୃତ ରଂଜନ ଦାସ, ପ୍ରଦୀପ ସାହୁ, ଉକ୍ରଳକେଶରୀ ସିଂହ ପ୍ରମୁଖ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିବା ବେଳେ ପ୍ରତାପ ପଣ୍ଡା, ସନ୍ତୋଷ ନାୟକ,ଦୂର୍ଗା ପ୍ରସାଦ ନାୟକ ସହଯୋଗ କରିଥିଲେ ।