ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଅସୁସ୍ଥ

କଟକ: ନିଜର ଚା’ ଦୋକାନରୁ ଆୟ କରୁଥିବା ଅର୍ଥରେ ବସ୍ତି ପିଲାଙ୍କୁ ମାଗଣାରେ ଶିକ୍ଷା ଦାନ କରୁଥିବା କଟକର ଚା’ ଦୋକାନୀ ଡି.ପ୍ରକାଶ ରାଓ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ତାଙ୍କୁ ମେଡିସିନ୍‌ ବିଭାଗର ଆଇସିୟୁରେ ରଖାଯାଇଛି।

ପ୍ରକାଶ ରାଓ ଅନୁଗୋଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଯିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।

ଡି.ପ୍ରକାଶ ରାଓଙ୍କର କଟକ ବକ୍ସି ବଜାରରେ ଚା’ ଦୋକାନ କରି ବସ୍ତି ପିଲାଙ୍କୁ ପାଠ ପଢ଼ାନ୍ତି । ଏହା ସହିତ ସମାଜସେବା ମଧ୍ୟ କରନ୍ତି ।   ଏଥିପାଇଁ ସେ ସାରା ଭାରତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ‘ମନକି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଡି. ପ୍ରକାଶ ରାଓଙ୍କ ଭୁୟସୀ ପ୍ରଶଂସା କରିବା ପରେ ସେ ଲୋକଲୋଚନକୁ ଆସିଥିଲେ । ଏହା ସହିତ କଟକ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ତାଙ୍କ ସହିତ ସ୍ୱତନ୍ତ୍ର ସାକ୍ଷାତ କରିଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ।