ବାତ୍ୟା ଅମ୍ଫାନ: ପାରାଦୀପରୁ ଦୂରେଇଲା ଦୀଘାକୁ ପାଖେଇଲା

ଭୁବନେଶ୍ୱର:  ପାରାଦୀପଠୁ ଧୀରେ ଧୀରେ ଦୂରେଇ ଯାଉଛି ବାତ୍ୟା ଅମ୍ଫାନ । ପାରାଦୀପଠାରୁ ବର୍ତ୍ତମାନ ୧୪୦କିମି ଦୂରରେ ବାତ୍ୟା ଅମ୍ଫାନ । ଦୀଘାଠାରୁ ୧୨୫କିମି ଦୂରରେ ଅବସ୍ଥିତ ବାତ୍ୟା । ବାଂଲାଦେଶରୁ ୨୭୫କିମି ଦୂରରେ ରହିଛି ବାତ୍ୟା । ବାତ୍ୟା ଘଣ୍ଟାକୁ ୨୯କିମି ବେଗରେ ଗତି କରୁଛି ବାତ୍ୟା ଅମ୍ଫାନ ।

ସାମୁଦ୍ରିକ ଝଡ ଅମ୍ଫାନ କାରଣରୁ ଅଶାନ୍ତ ହୋଇଉଠିଛି ସମୁଦ୍ର । ଏହିକାରଣରୁ ଦୀଘାରେ କ୍ରମାଗତ ଭାବେ ସମୁଦ୍ରରେ ଆସୁଛି ଉଚ୍ଚା ଉଚ୍ଚା ଲହଡି । ସମୁଦ୍ରର ଏପରି ଅଶାନ୍ତ ରୂପକୁ ଦେଖି ବାଲେଶ୍ୱର ଜିଲ୍ଲା ପ୍ରଶାସନ ଲୋକଙ୍କୁ ଉପକୂଳ ଅଂଚଳକୁ ନଯିବାକୁ ଲୋକଙ୍କୁ ବାରଣ କରିଛି । ମାଇକ ଯୋଗେ ପ୍ରଚାର କରି ସମୁଦ୍ରକୂଳିଆ ଲୋକଙ୍କୁ ସତର୍କ କରାଉଛି ଜିଲ୍ଲା ପ୍ରଶାସନ । ସେପଟେ ଉଚ୍ଚ ଜୁଆର ଉପକୂଳ ଡେଇଁ ଆସିବା ପରେ ସମୁଦ୍ର ଧୀରେ ଧୀରେ ଅଧିକ ଅଶାନ୍ତ ରହୁଥିବା ଜଣାପଡିଛି । ଧୀରେ ଧୀରେ ଦୀଘାରେ ପବନର ବେଗ ବୃଦ୍ଧି ପାଉଥିବାରୁ ସମୁଦ୍ରର ଏପରି ଉଗ୍ରରୂପ ଆଗକୁ ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

ଅମ୍ଫାନ କାରଣରୁ ଅଶାନ୍ତ ରହିଛି ବାଲେଶ୍ୱରର ଚାନ୍ଦିପୁର ବେଳାଭୂମି । ଏଠାରେ ବି ଦେଖିବାକୁ ମିଳିଛି ବଡ ବଡ ଜୁଆର । ସମୁଦ୍ର ଅଶାରହୁଥିବା ବେଳେ ଅନେକ ସ୍ଥାନରେ ଘରର ଛପର ବି ଉଡିଯାଇଛି । ପବନର ବେଗ ସକାଳେ ଯେତିକି ରହିଥିଲା , ସମୟ ବଢିବା ସହି ଏହା ଅଧିକ ହୋଇଛି ।
ସେପଟେ ସାମୁଦ୍ରିକ ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ପବନ ଜାରି ରହିଛି । ଅମ୍ଫାନ ପ୍ରଭାବ ଦେଖିବାକୁ ମିଳିଛି ଭୁବନେଶ୍ୱରରେ । ଅମ୍ଫାନ ପ୍ରଭାବରୁ ଗତକାଲି ରାତିରୁ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି ପବନ ସହ ବର୍ଷା । ଆଜି ସକାଳୁ କିଛି ସମୟ ଧରି ପବନର ବେଗ ଅଧିକ ରହିବା ପରେ ଥମି ଯାଇଥିଲା । କିନ୍ତୁ ଦିନ ଦିନ ୧୦ଟା ପରେ ବଢିଛି ପବନର ବେଗ । ଅପରାହ୍ନ ୪ଟା ଯାଏଁ ଏହାର ପ୍ରଭାବ ରହିବ ।

ସେହିଭଳି କେନ୍ଦ୍ରାପଡାରେ ବି ଦେଖିବାକୁ ମିଳିଛି ସାମୁଦ୍ରିକ ଝଡ ଅମ୍ଫାନର ପ୍ରଭାବ । ସମୁଦ୍ର ଉପକୂଳ ଅଂଚଳ ଏହି ଜିଲ୍ଲାରେ ପ୍ରବଳ ଜୋରରେ ପବନ ବହିବା ସହ ବର୍ଷା ମଧ୍ୟ ଲାଗି ରହିଛି । ଅନେକ ଅଂଚଳରେ ଏବେ ପାଣି ଜମି ରହିଲାଣି । ପବନର ତୀବ୍ରତା ଆଗରେ ପୁରା ନଇଁ ଯାଉଛି ବଡ ବଡ ଗଛ । ସେପଟେ ସମୁଦ୍ର ଅଶାନ୍ତ ହେବା ପରେ ଏହାର ପ୍ରଭାବ ମଧ୍ୟ ଉପକୂଳ ଅଂଚଳରେ ପଡିଛି । ସମୁଦ୍ର ଫୁଲିବା ପରେ ଅନେକ ସ୍ଥାନରେ ମାଛ ଧରା ଡଙ୍ଗା ସବୁ କୂଳରେ ମାଡ ହୋଇ କ୍ଷତିଗ୍ରସ୍ତ ହୋଇଛିା