ରାଜ୍ୟ ପାଇଁ ଆଗାମୀ ୬ ରୁ ୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ବାତ୍ୟା ଅମ୍ଫାନର ମୁକାବିଲା ପାଇଁ ରାଜ୍ୟ ସରକାର ପୂର୍ଣ୍ଣ ମାତ୍ରାରେ ପ୍ରସ୍ତୁତ ବୋଲି  ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି । ପବନର ବେଗ କ୍ରମଶଃ ବଢ଼ୁଛି। ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଗଛ ଭାଙ୍ଗିବା ଆରମ୍ଭ ହୋଇଗଲାଣି । ରାଜ୍ୟ ପାଇଁ ଆଗାମୀ ୬ରୁ ୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ବେଶ ଗୁରୁତ୍ୱପୂର୍ଣ୍ଣ ।

ତେବେ ବାତ୍ୟାକୁ ଦୃଷ୍ଟିରେ ରଖି କଚ୍ଚାଘର ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।  ପ୍ରାୟ ୧ ଲକ୍ଷ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା ଅମ୍ପାନ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି  ମୁଖ୍ୟ ଶାସନ ସଚିବ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ପାରାଦୀପରେ ୨୦୮.୩ ମିମି ବର୍ଷା ରେକର୍ଡ଼ ହୋଇଛି । ତେବେ ଆଗାମୀ ସମୟରେ ଭୁବନେଶ୍ୱରରେ ପବନର ବେଗ ବଢ଼ିବା ସମ୍ଭାବନା ଅଧିକ ରହିଛି । ପାରାଦୀପ ଓ ବାଲେଶ୍ୱର ନିକଟ ଦେଇ ଗତି କରିବ ବାତ୍ୟା । ଅମ୍ଫାନ ପାଇଁ କେତେକ ସ୍ଥାନରେ ଗଛ ଭାଙ୍ଗିଛି । ବର୍ତ୍ତମାନ ସୁଦ୍ଧା ପୁରୀ ଗୋପାଳପୁରରେ ପବନର ବେଗ  ବେଶୀ ନାହିଁ ।

ମୁଖ୍ୟ ଶାସନ ସଚିବ କହିଛନ୍ତି, ବାତ୍ୟା ପରବର୍ତ୍ତୀ ପରିସ୍ଥିତି ପାଇଁ ଆମେ ପ୍ରସ୍ତୁତ । ବାତ୍ୟା ପରେ ରାସ୍ତାଘାଟ ସଫେଇରେ କୌଣସି ଅସୁବିଧା ହେବନି । ମୁକାବିଲା ପାଇଁ ଏନଡିଆରଫ୍, ଅଗ୍ନିଶମ ଓ ଓଡ଼୍ରାଫ୍ ଟିମ୍ ମୁତୟନ ହୋଇଛନ୍ତି । ସମସ୍ତେ ସେମାନଙ୍କର ଦାୟିତ୍ବ ସୁଚାରୁ ରୂପେ ନିର୍ବାହ କରୁଛନ୍ତି।