ଦୁଇ ବର୍ଷ ପରେ ବି ଭରିନି ତିତିଲି କ୍ଷତ

ଗୋପାଳପୁର : ତିତିଲିକୁ ଦୁଇ ବର୍ଷ ବିତିଯାଇଛି ତଥାପି ସରିନି କଷ୍ଟ । ୨୦୧୮ ଅକେ୍ଟାବର ୧୦ ତାରିଖ ସନ୍ଧ୍ୟ୍ରାରୁ ଆରମ୍ଭ ହୋଇଥିଲା ତିତିଲି ସାମୁଦ୍ରିକ ଝଡର ତାଣ୍ଡବ । ପୂର୍ବରୁ ପାଣିପାଗ ବିଭାଗ, ରାଜ୍ୟ ସରକାର ଅନେକ ସର୍ତକତା ଅବଲମ୍ବନ କରିବାକୁ ବିଭିନ୍ନ ଜିଲ୍ଲାର ପ୍ରଶାସନ କହିବା ସହ ପ୍ରାକୃତିକ ବିପର୍ଯୟ ପ୍ରଶମନ ବ୍ୟବସ୍ଥାକୁ ପ୍ରସ୍ତତ ରଖିଥିଲେ । ମୁଖ୍ୟକରି ପୁରୀ ଓ ଗୋପାଳପୁର ଠାରେ ତିତିଲି ସ୍ଥଳଭାଗକୁ ସ୍ପର୍ଶ କରିବ ବୋଲି ଆକଳନ କରାଯାଇଥିଲା । କିନ୍ତୁ ତିତିଲି ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପର୍ବତମାଳାରେ ଭୂଭାଗ ସ୍ପର୍ଶ କରିଥିଲା । ଯାହା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ଅନେକଙ୍କ ଜୀବନ ଜୀବିକା ଛଡାଇ ନେଇଥିଲା ।